ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ, ରତ୍ନ ଲାଭର ସୂଚନା ମିଳୁଛି। ଜଣେ ମହାନ୍ ବ୍ୟକ୍ତିଭାବେ ବିକଶିତ ହୋଇ ଉଚ୍ଚ ପଦ-ପଦବୀରେ ଆସୀନ ହେବେ। ଅଧିକ ଜ୍ଞାନ ଅର୍ଜନ କରିବେ।
ବୃଷ : ସ୍ଥିତପ୍ରଜ୍ଞ ହେବେ। ବିବେକାନୁମୋଦିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ସତ୍ପଥଗାମୀ ହେବେ। ସମସ୍ତ କଳୁଷର ଅବସାନ ଘଟିବ। ଅାର୍ଥିକ ସ୍ଥିତି ଉନ୍ନତମାନର ହେବ।
ମିଥୁନ : ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଜ୍ଞାନ-ଗରିମାଯୁକ୍ତ ହେବେ। ବୁଦ୍ଧି ପ୍ରୟୋଗ କରି ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି। ଭୋଜନପ୍ରିୟ ହେବେ। ଭାଗ୍ୟଶାଳୀ ହେବେ। ବିବାଦରେ ବିଜୟୀ ହେବେ।
କର୍କଟ : ମିତ୍ରମାନେ ଆଡ଼ ହୋଇଯାଇପାରନ୍ତି। କୁମିତ୍ରଙ୍କ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିପାରେ।
ସିଂହ : ବନ୍ଧୁ ମିଳନରେ ଉପକୃତ ହେବେ। ଶାସ୍ତ୍ରଜ୍ଞ ହେବେ। ରାଜପୂଜା ମିଳିବାର ସୂଚନା ମିଳୁଛି। ମନୋଜ୍ଞ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ମିଳିବ।
କନ୍ୟା : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ତୁଳା : ସନ୍ତାନମାନେ ସୁଶୀଳ, ମନୋହର କାନ୍ତିଯୁକ୍ତ ଓ ସେବା ପରାୟଣ ହେବେ। ନିଃସର୍ଗ ସୁଖର ଅଧିକାରୀ ହେବେ। ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା : ବକ୍ତବ୍ୟ ଜନମାନସକୁ ସ୍ପର୍ଶ କରିପାରେ। ଶେଷ୍ଠ ଆସନ ମିଳିବ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଦେବ, ଗୁରୁ, ଦ୍ବିଜ ଭକ୍ତ ହେବେ। ଜଳଜ ପଦାର୍ଥରୁ ଧନ ଲାଭ ହେବ। କୃଷି କ୍ଷେତରୁ ଆୟ ଆସିବ।
ଧନୁ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଳାସ-ବ୍ୟସନ କରିପାରନ୍ତି। ଧନୀ ଓ ଧାର୍ମିକ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ। ରାଜସେବକ ଓ କୃପାକର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
ମକର : ତେଜୀୟାନ ହେବେ। ଜନବଲ୍ଲଭ ହୋଇପାରନ୍ତି। ପୁତ୍ର ସୁଖ ମିଳିପାରେ। ଧର୍ମ ଧ୍ବଜାଧାରୀ ହେବେ। ଉଚ୍ଚ ସୋପାନକୁ ଆରୋହଣ କରିବେ। ଭଲ ଆୟ ସହିତ ସର୍ବ ସୁଖ ଅନୁଭବ କରିପାରନ୍ତି।
କୁମ୍ଭ : କୀର୍ତ୍ତିମାନ୍ ହେବେ। ପରୋପକାରୀ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ। କୃପାନିଧାନ ହୋଇପାରନ୍ତି। ବିଦ୍ୟା ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଭୋଜନ ମିଳିବ।
ମୀନ : ବ୍ୟକ୍ତିତ୍ବର ସ୍ବାତନ୍ତ୍ର୍ୟତା ଯୋଗୁଁ ଆଦର ମିଳିବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ଛଳ କଥାରେ କାର୍ଯ୍ୟ ହାସଲ କରିବେ। ଯାତ୍ରା ଶୁଭଦାୟକ ହେବ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..