ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ମିଳିବ। ହଜିଲା ଧନ ଖୋଜିଲେ ପାଇବେ। ବ୍ୟବସାୟରୁ ବକେୟା ପ୍ରାପ୍ୟ ମିଳିଯାଇପାରେ। ପଢ଼ାପଢ଼ିରେ ମନୋନିବେଶ କରିବେ।
ବୃଷ: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବିଖ୍ୟାତ କାର୍ଯ୍ୟକରି ମାନବିକତାର ପରିଚୟ ଦେବେ। ଜନପ୍ରିୟ ହେବେ। ସତ୍ୟବ୍ରତ ହେବେ। ଉପକାରୀଠାରେ କୃତଜ୍ଞ ହେବେ।
ମିଥୁନ: ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ଦେବଦ୍ବିଜ ପରାୟଣ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
କର୍କଟ: ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଅତିସୁଖୀ ହେବେ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ନବବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି। ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।
ସିଂହ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ଅଯଥା ଆଲୋଚନାରେ ବାକ୍ୟ ବ୍ୟୟ ନ କରି ନିଜ ନିଜ କର୍ମରେ ତତ୍ପର ରହିବା ପାଇଁ ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧୁର ଭାଷୀ ହେବେ।
ତୁଳା: କାର୍ଯ୍ୟ ସାଧିତ ହେବ; ମାତ୍ର ବିଳମ୍ବରେ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍ କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ମିଳିବ।
ବିଛା: ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଲାଗି ରହିଥିବା ବିବାଦରେ ବିଜୟୀ ହେବେ।
ଧନୁ: ସୁଖ-ସନ୍ତୋଷ ମିଳିବ। କର୍ମରେ ସଫଳତା ମିଳିବ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍ବ୍ୟବହାର କରିବେ। ସାମାଜିକ ସ୍ତରରେ ଆଦରଣୀୟ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମକର: ଅର୍ଥ ସଂଗ୍ରହରେ ଲାଗିପଡ଼ିବେ; ମାତ୍ର ଏହା କଷ୍ଟଦାୟକ ହୋଇପାରେ। ମାନସିକ ମନସ୍ତାପ କରିପାରନ୍ତି। ସ୍ବାଭିମାନୀ ହେବେ। ଅଭାବ ଥାଇ ବି କାହାରିକୁ ହାତ ପତାଇବେ ନାହିଁ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।
କୁମ୍ଭ: ଦୁଃଖ, କଷ୍ଟ ଓ ଶ୍ରମ ବ୍ୟୟରେ ଅନ୍ୟକୁ ସୁଖଦାନ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ, ନିର୍ମଳ ରହିଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।
ମୀନ: ଅଯାଚିତ ବନ୍ଧୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଅଧିକ ଶୁଭଖବର ପ୍ରାପ୍ତ ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..