Report Card Odisha

| Daily Odia News

ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଈପ୍‌ସିତ ଅର୍ଥ ପ୍ରାପ୍ତି ସହଜ ସୁଲଭ ହୋଇପାରେ। ମତିମାନ୍‌ ହେବେ। ନିଃସ୍ବାର୍ଥସେବାରେ ନିୟୋଜିତ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ସୁଖ ସାଗରରେ ଭାସିବେ। ସହିଷ୍ଣୁ ସ୍ବଭାବର ହେବେ।
ବୃଷ : ଅଭିଜ୍ଞତାରୁ ଉତ୍ପନ୍ନ ଜ୍ଞାନ ବଳରେ ଉଦ୍‌ଭାବକ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଦୁଃଖକଷ୍ଟ ସହିବା ଶକ୍ତି ଅଧିକ ହେବ। ଶାରୀରିକ ଗଠନ ପ୍ରଣାଳୀ କମନୀୟ ଓ ନମନୀୟ ହେବ।
ମିଥୁନ : ତପ ସାଧନା ପାଇଁ ଗିରିରାଜଙ୍କ ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିପାରନ୍ତି। ପତ୍ନୀ ବିଳାସବ୍ୟସନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ।
କର୍କଟ : ସତ୍‌ସଙ୍ଗରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। କୃଷି ବିଶାରଦ ଭାବେ କୃଷକ ସମାଜକୁ ଉତ୍ପାଦନ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସରକାରୀ ସୂତ୍ରରୁ ସମ୍ମାନ ଓ ଅର୍ଥାଗମ ହେବ।
ସିଂହ : ଜ୍ଞାନର ପ୍ରଦୀପରେ ଶିଶୁଙ୍କ ଅଜ୍ଞାନ ଅନ୍ଧକାରକୁ ଦୂର କରିବାରେ ପାରଙ୍ଗମ ହେବେ। ରୁଗ୍‌ଣମାନଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। ସ୍ବଭାବ ସୁଲଭ ଗୁଣର ଆଧାରରେ ପରକୁ ଆପଣାର କରି ମହାନୁଭବ ହେବେ।
କନ୍ୟା : ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହୋଇପାରନ୍ତି। ସ୍ବକର୍ମ ବଳରେ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ତୁଳା : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହେବେ। ମାୟାର ଚାରି ସେନାପତି, କାମ, କ୍ରୋଧ, ଲୋଭ ଓ ମୋହର ସମ୍ମୁଖୀନ ହେବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।
ବିଛା : ଜୀବନ ଶୋଧନର ରାଜମାର୍ଗ ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଚରିତ୍ରବାନ୍‌ ବ୍ୟକ୍ତିଭାବେ ମାନବିକତାର ପ୍ରତୀକ ହୋଇପାରନ୍ତି।
ଧନୁ : ଅଜାତଶତ୍ରୁ ହେବା ଆଶା କରାଯାଏ। ବ୍ୟବହାର ପ୍ରେମପୂର୍ଣ୍ଣ ହୋଇପାରେ। ଆତ୍ମାନୁଶୀଳନ କଲେ କୃତକର୍ମର ମହତ୍ତ୍ବ ଉପଲବ୍ଧ ହେବ। ଜୀବନର ମାପକାଠି ସଫଳତାର ଶୀର୍ଷରେ ଉପନୀତ ହେବେ।
ମକର : ପୁନଃ ଅଧ୍ୟୟନ ପାଇଁ ମନ ବଳାଇପାରନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। କାର୍ଯ୍ୟରେ ପତ୍ନୀଙ୍କ ସହଯୋଗିତା ଓ ସହଭାଗିତା ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଆଗେଇନବ। ବିଭିନ୍ନ ସ୍ତରରୁ ଧନାଗମ ହେବ।
କୁମ୍ଭ : ଆଶାୟୀଙ୍କ ମନସ୍କାମନା ପୂରଣ କରିବାକୁ ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ ରଖିପାରନ୍ତି। ନିରାଧମମାନଙ୍କର ପରପୀଡ଼ନକୁ ପ୍ରତିହତ କରିପାରନ୍ତି।
ମୀନ : ସଙ୍ଗୀତପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କୃଚ୍ଛ୍ର ସାଧନା ବଳରେ ଦିବ୍ୟଶକ୍ତିସମ୍ପନ୍ନ ହେବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି।

Breaking News