ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ସନ୍ତାନ ଲାଭର ସୂଚନା ମିଳୁଛି। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନରେ ଉପୁଜିଥିବା ଦୁଶ୍ଚିନ୍ତା ଦୂର ହେବ। ସୁଖୀ ହେବେ।
ବୃଷ : ଶ୍ରମ କାତର ନ ହୋଇ ପ୍ରତ୍ୟେକ କାର୍ଯ୍ୟ ନିର୍ବାହରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଜଣେ ଆଦର୍ଶ କୃଷକ ଭାବେ ଚାଷୀଙ୍କ ପ୍ରେରଣାର ଉତ୍ସ ହେବେ। ସୁସ୍ଥ ଓ ନିରାମୟ ରହିବେ। ଆଦର୍ଶବାଦୀ ହେବେ।
ମିଥୁନ : ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଈପ୍ସିତ ଦ୍ରବ୍ୟ ମିଳିବ।
କର୍କଟ : ନୀତିନିଷ୍ଠ ବ୍ୟକ୍ତିଭାବେ ସର୍ବାଦ୍ରୁତ ହେବେ। ମତିମାନ୍ ହୋଇପାରନ୍ତି। ତ୍ୟାଗପୂତ ମନୋଭାବ ହୋଇପାରନ୍ତି। ବିତ୍ତବାନ୍ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରି ଜନପ୍ରିୟ ହେବେ। ସହିଷ୍ଣୁ ଗୁଣ ରହିବ।
ସିଂହ : ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ଆୟର ମାର୍ଗ ଉନ୍ମୁକ୍ତ ରହିଛି। ସୁସ୍ଥ ଓ ନିରାମୟ ରହିବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁଙ୍କ ସହାୟତା ମିଳିବ।
କନ୍ୟା : ବିବାଦୀୟ ବିତର୍କରୁ ଓହରିଯାଇ କେବଳ ନିରବ ଦର୍ଶକ ସାଜିପାରନ୍ତି। ଭାଷା ଓ ଉତ୍ତମ ବ୍ୟବହାର ଯୋଗୁଁ ପରକୁ ଆପଣାର କରିବେ। ଅତିଥି, ପରାୟଣ ହେବେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ।
ତୁଳା : ଆଧ୍ୟାତ୍ମବାଦୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଶ୍ରୀଗୁରୁଙ୍କ ସେବାରେ ଓ ତାଙ୍କ ନିର୍ଦେଶରେ କାର୍ଯ୍ୟ ସମ୍ପାଦନ କରିବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।
ବିଛା : ଶ୍ରମଜୀବୀ ହୋଇ ଶୀଳଧନ ଅର୍ଜନ କରିବାରେ ସିଦ୍ଧହସ୍ତ ହେବେ। ପରିବାରର ଜଣେ ମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିଭାବେ ପରିଗଣିତ ହେବେ। ଦୀନଦୟାଳୁ ପରୋପକାରକୁ ବ୍ରତଭାବେ ଆଦରିବେ।
ଧନୁ : କ୍ଷମତାର ସଦ୍ ବ୍ୟବହାର କରି ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ଆପୋଷ ସମାଧାନ ଉପରେ ଗୁରୁତ୍ବ ଦେବେ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।
ମକର : ଧୈର୍ଯ୍ୟର ସହ ଉପୁଜିଥିବା ଅସୁବିଧାରୁ ଉଧୁରିବାକୁ ଉଦ୍ୟମ ଜାରି ରଖିବାକୁ ପଡ଼ିବ। ଅସୁସ୍ଥ ଥାଇ ମଧ୍ୟ କର୍ମତତ୍ପର ହେବେ। ଅହଂର ବିସର୍ଜନ ଦେବାକୁ ପଡ଼ିବ। ସାରାଦିନ ସତର୍କ ରହିବେ।
କୁମ୍ଭ : କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଧୀ ଶକ୍ତି ସମ୍ପନ୍ନ ହେବେ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁବତ୍ସଳ ହେବେ। ଆଭା, ପ୍ରଭା, ପ୍ରତିଭାସମ୍ପନ୍ନ ହେବେ।
ମୀନ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ସଦ୍ଗୁଣ ସମ୍ପନ୍ନ ହେବେ। ଯଥାସାଧ୍ୟ ଉଦ୍ୟମ ବଳରେ ଋଣ ମୁକ୍ତ ହେବେ। ଦିନଟି ମଙ୍ଗଳମୟ ହେବ।
More Stories
ମାନ-ସମ୍ମାନ ପ୍ରାପ୍ତ ହେବେ…..
ଉଦ୍ୟୋଗୀ ହେବେ…..
ବନ୍ଧୁପ୍ରେମୀ ହେବେ…..