Report Card Odisha

| Daily Odia News

ପ୍ରେମୀ ଓ ସାହସୀ ହୋଇପାରନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ପ୍ରଖର ମାନସିକତାରେ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ। ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି। ସ୍ବକୁଳ ପ୍ରଧାନ ହୋଇପାରନ୍ତି। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ସୁସ୍ଥ ରହିବେ।

ବୃଷ : ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଆକସ୍ମିକଭାବେ କିଛି ଧନପ୍ରାପ୍ତିର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ବେପାର, ବାଣିଜ୍ୟ ଲାଭଦାୟକ ହେବ।

ମିଥୁନ : ବୁଦ୍ଧିମାନ୍‌ ହେବେ। ଯାନ-ବାହନ ଓ ଧନଯୁକ୍ତ ହୋଇପାରନ୍ତି। ସରକାରୀ ମାନ୍ୟତା ମିଳିପାରେ। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ଦୟାଳୁ ସ୍ବଭାବର ହେବେ। କୁଳ ଉଳକାରୀ ହେବେ। ସୁସ୍ଥ ରହିବେ।

କର୍କଟ : ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ସାନ ଭାଇମାନଙ୍କର ଆଦରଣୀୟ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ।

ସିଂହ : ଭାଗ୍ୟଶାଳୀ ହେବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମ ହେବ।

କନ୍ୟା : ଖୁସ୍‌ ମିଞ୍ଜାସର ହୋଇପାରନ୍ତି। ସମ୍ମାନିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଉପହାର ପ୍ରାପ୍ତିର ସୂଚନା ମିଳୁଛି।

ତୁଳା : ଚେଷ୍ଟା ଶୁଭଦାୟକ ହେବ। ପାରିବାରିକ ସୁଖ ମିଳିବ। କେହି ପଥରୋଧ କରିବାକୁ ଉଦ୍ୟମ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡାକଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ସ୍ବାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ।

ବିଛା : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସନ୍ତାନ, ସନ୍ତତି ଗୁଣୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ଧନୁ : କୁଳ ପ୍ରଦୀପ ହେବେ। ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।

ମକର : ଭାଗ୍ୟଶାଳୀ ହୋଇପାରନ୍ତି। ପ୍ରେମୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ : ନିର୍ମଳ ମନ ଓ ସୌନ୍ଦର୍ଯ୍ୟପ୍ରିୟ ଦୃଷ୍ଟିଭଙ୍ଗୀ ଯୋଗୁଁ ଲେଖନୀମୁନରେ କଳା ସୃଷ୍ଟି କରପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଅଷ୍ଟମଚନ୍ଦ୍ର ଚନ୍ଦ୍ର ଯୋଗଁୁ ସାରାଦିନ ସତର୍କ ରହିବେ।
ମୀନ : କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

Breaking News