ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ନିଜ ବଂଶର ଆଲୋକ ବର୍ତ୍ତିକା ହୋଇପାରନ୍ତି। ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସ୍ନେହ ରହିବ।
ବୃଷ : ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଭୋଗ-ବିଳାସ କରିପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ। ପୁଣ୍ୟପ୍ରଭା ପ୍ରତ୍ନୀଙ୍କ ସହଯୋଗ ମିଳିବ।
ମିଥୁନ : ସ୍ବାଭିମାନର ସହ ଚଳିବେ। ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ। ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। ସତର୍କରେ ଚଳିବେ।
କର୍କଟ : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ଅହଂଭାବ ମଳିନ ହେବ।
ସିଂହ : ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ଶତ୍ରୁ ହାରି ଶରଣାଗତ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃଭାବ ଅତୁଟ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି।
କନ୍ୟା : ଅର୍ଥର ଅନ୍ତଃ ସ୍ରୋତ ପ୍ରବାହରେ ବାଧା ଉପୁଜିବାର ପ୍ରଶ୍ନ ଉଠୁନି। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ବ୍ୟବସାୟ ଭଲରେ ଚାଲିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ତୁଳା : ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିପାରନ୍ତି। ଦାନଶୀଳ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ରହ୍ମବାଦୀ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି ବିଶାରଦ ହେବେ। ଯାନବାହନ ସୁଖ ମିଳିବ।
ବିଛା : କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହୋଇ ରହିବ। ଈଶ୍ବରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରି ବ୍ୟବସାୟ ବଢ଼ାଇ ପାରିବେ।
ଧନୁ : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ନିଜେ ନିଜର ଭାଗ୍ୟ ନିୟନ୍ତା ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ, ମଧୁରଭାଷୀ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
ମକର : ବିଭିନ୍ନ ସ୍ତରରୁ ସ୍ନେହାଶୀର୍ବାଦ ଓ ଶୁଭେଚ୍ଛା ମିଳିପାରେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତି ହେବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଓହରି ନ ଯାଇ ସଂଗ୍ରାମ ଜାରି ରଖିବେ।
କୁମ୍ଭ : ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ଏକାନ୍ତରେ ମୌନ ରହି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅତିଥି ସତ୍କାରରେ ଧନ ବ୍ୟୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହେବେ।
ମୀନ : ସୁସ୍ଥ ଓ ନିରାମୟ ରହିବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅଲୌକିକ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନିତ ହେବେ।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..
ମନ ପ୍ରଫୁଲ୍ଲ ରହିବ……