ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସ୍ବଇଚ୍ଛାରେ କାର୍ଯ୍ୟ କରିବାକୁ ଅକ୍ଷମତା ପ୍ରକାଶ କରି ନିର୍ଭରଶୀଳ ହୋଇପାରନ୍ତି। ବିବିଧ ଉପାୟରେ ଧନ ସଂଗ୍ରହ କରିବେ। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ତ୍ୟାଗଶୀଳ ହେବେ।
ବୃଷ: ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଆଶାନୁରୂପ ହେବ। ଶାରୀରିକ ଶକ୍ତି ସମ୍ପନ୍ନ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ମିଥୁନ: ମିତ୍ରହୀନ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାଧନା ଫଳବତୀ ହେବ। ଶତ୍ରୁମାନେ ପ୍ରଥମେ ଉପଦ୍ରବ ଚଳାଇ ପରେ ଅପସରି ଯାଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।
କର୍କଟ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହେବେ। ଭୋଗବିଳାସ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ। କାର୍ଯ୍ୟରେ ସଫଳ ହେବେ।
ସିଂହ: ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତିମାନ୍ ଓ ଗୁଣଜ୍ଞ ହେବେ।
କନ୍ୟା: ପୁତ୍ର ସୁଖ ମିଳିବ। ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ସୁବକ୍ତା ହେବେ। ଜନମନକୁ ଆକର୍ଷିତ କରିପାରନ୍ତି।
ତୁଳା: ଅସୁସ୍ଥତା ଅନୁଭବ କରିପାରନ୍ତି। ଅନଟନର ସମ୍ମୁଖୀନ ହେବେ। ଚୋର ଭୟ ଅଛି। ଶତ୍ରୁମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ସରକାରଙ୍କ କୋପଦୃଷ୍ଟି ରହିଛି। ସନ୍ମାର୍ଗୀ ହେବେ। ବିକ୍ରମୀ ହେବେ।
ବିଛା: ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ନାନା ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ।
ଧନୁ: ଶତ୍ରୁନାଶ କରିପାରନ୍ତି। ଧନଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ବୁଦ୍ଧିମାନ୍ ହେବେ। ବିଦ୍ୟାବାନ୍ ହୋଇପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି। ସରକାରୀ ମାନ୍ୟତା ମିଳିବ।
ମକର: ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଦ୍ବିଜ ଓ ଦେବତାମାନଙ୍କଠାରୁ ସୁବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ସାଧୁମାନଙ୍କର କଲ୍ୟାଣଭାଜନ ହେବେ। କନ୍ୟା ସନ୍ତାନ ଚଞ୍ଚଳ ପ୍ରକୃତିର ହେବେ।
କୁମ୍ଭ: କ୍ଷମାସାଗର ହୋଇପାରନ୍ତି। ଅନୁକୀର୍ତ୍ତନ ସୁଖଦାୟକ ହେବ। ଅସାଧ୍ୟ ସାଧନ କରିବାର ମନୋବୃତ୍ତିର ହୋଇପାରନ୍ତି। କଥା କମ୍ ଓ କାର୍ଯ୍ୟ ଅଧିକକୁ ପସନ୍ଦ କରିବେ। ଯାନବାହନ ସୁଖ ମିଳିବ।
ମୀନ: କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟ ସ୍ବଭାବର ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ସନ୍ତାନ ଆଶାୟୀ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ।






More Stories
ବାଧାବିଘ୍ନ ଦୂର ହୋଇଯିବ…..
କୀର୍ତ୍ତିମାନ୍ ହୋଇପାରନ୍ତି…..
ଆତ୍ମବିଶ୍ୱାସ ବଢ଼ିବ…..