Report Card Odisha

| Daily Odia News

ଦାମ୍ପତ୍ୟ ସୁଖ ମିଳିବ……

ରିପୋର୍ଟ କାର୍ଡ /ଭୁବନେଶ୍ୱର 

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସାମନା କରିବାକୁ ପଡ଼ିବ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ବୃଷ: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ପତ୍ନୀ ସହାୟିକା ହେବେ।

ମିଥୁନ: ନିଜର ଆର୍ଥିକ ସ୍ଥିତିକୁ ଆକଳନ କରି ମିତବ୍ୟୟୀ ହେବାକୁ ବାଧ୍ୟ ହେବେ। ଭ୍ରାତୃଭାବ ଅତୁଟ ରହିବ। ଆୟୁଷ୍ମାନ୍‌ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାଭାଜନ ହେବ।

କର୍କଟ: କର୍ମଚଞ୍ଚଳ ରହିବେ। ଧନ ସହିତ ପୁଣ୍ୟାର୍ଜନର ଦ୍ବାରଦେଶକୁ ଉନ୍ମୁକ୍ତ କରିପାରନ୍ତି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଆକସ୍ମିକ ଧନ ଲାଭ ହୋଇପାରେ। ତେଜସ୍ବୀ ହେବେ।

ସିଂହ: ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଉଦାରଚେତା ହୋଇପାରନ୍ତି। ଆପଣଙ୍କ ପୌରୁଷପଣିଆ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହେବ। ଦାନ-ଧ୍ୟାନରେ ଦୀକ୍ଷିତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

କନ୍ୟା: ସକଳ ଗୁଣର ଆଧାର ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଈଶ୍ବରୀୟ ଭକ୍ତିରେ ଅମୋଘ ଶକ୍ତିସମ୍ପନ୍ନ ହେବେ। ଭାଷା ମାର୍ଜିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ତୁଳା: ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ, ବିଦ୍ୟାପ୍ରେମୀ ହେବେ।

ବିଛା: ଆୟର ମାର୍ଗ ଉନ୍ମୁକ୍ତ ରହିଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଅତିମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରି କର୍ମତତ୍ପର ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ମହତ ପ୍ରୟାସୀ ହୋଇପାରନ୍ତି। ଧନଲାଭ ହୋଇପାରେ।

ଧନୁ: ମାର୍ମିକ ଚିନ୍ତନରେ ସାମାଜିକ ଏକତା ସମ୍ଭବ ହେବ। ଏକାନ୍ତ ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହୋଇପାରନ୍ତି ଅତିଥି ସତ୍କାରରେ ଧନ ବ୍ୟୟ କରିବେ।

ମକର: ଆୟୁଷ୍ମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ମହତ ପ୍ରୟାସୀ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଗୃହ ସୁଖ ସହିତ ଯାନବାହନ ସୁଖ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।

କୁମ୍ଭ: ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଅର୍ଜନ କରିଥିବା ଜ୍ଞାନର ଅବତରଣ କରାଇ ପାଠକଙ୍କ ହୃଦୟ ଜିଣିପାରନ୍ତି। ଯଶସ୍ବୀ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ପରିବାର ପ୍ରତି ସ୍ନେହ ରହିବ।

ମୀନ: ଭାଗ୍ୟବଳରେ ବଳୀୟାନ୍‌ ହୋଇପାରନ୍ତି। ଆଜି ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଆଶାକୁ ଜୀବନର ଆଧାର କରିପାରନ୍ତି। ପ୍ରବାସପ୍ରିୟ ଓ ବିଦ୍ବାନ୍‌ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

 

 

 

Breaking News