Report Card Odisha

| Daily Odia News

ସୁଖକର ଘଟଣା ଘଟିବା କର୍ମରୁ ସଫଳତା ମିଳିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ପଶୁ ପାଳନ, ପଶୁଦାନ, ଜୀବଙ୍କ ପ୍ରତି ଦୟାଳୁ ସ୍ବଭାବର ହେଲେ ପରମ ପିତା ପ୍ରସନ୍ନ ରହିବେ। ବିଭିନ୍ନ ସୂତ୍ରରୁ ଧନଲାଭ ହେବ। ମହିଳାଙ୍କ ଶୁଭଚିନ୍ତକ ହେବେ। ପ୍ରବଳ ଉଦ୍ୟୋଗୀ ହେବେ।

ବୃଷ: ହାସ୍ୟ ପ୍ରିୟ ହେବେ। ପତି ଧର୍ମ ପାଳନରେ ତତ୍ପର ହେବେ। ଚତୁଷ୍ପଦ ଶୃଙ୍ଗୀ ପ୍ରାଣୀଠାରୁ ବିପଦର ଆଶଙ୍କା ରହିଛି। ଥଣ୍ଡା-କାଶରେ ପୀଡ଼ିତ ହୋଇପାରନ୍ତି। ସାରାଦିନ, ରାତି ସତର୍କ ରହିବେ।

ମିଥୁନ: ପତ୍ନୀ ପ୍ରିୟଦର୍ଶିନୀ ହେବେ। ଧନଯୁକ୍ତ ହୋଇପାରନ୍ତି। ସୁବୃତ୍ତି ଓ ରୂପବାନ୍‌ ହେବେ। ଗୁଣୀ ଓ ନୂତନ ବେଶଧାରୀ ହୋଇପାରନ୍ତି। ବିନୟୀ ହେବେ। ସୁଖକର ଘଟଣା ଘଟିବା କର୍ମରୁ ସଫଳତା ମିଳିବ।

କର୍କଟ: ଉତ୍ତମ ଗୃହୀ ହେବେ। ଆତୁରିତ ମନୋଭାବର ହୋଇପାରନ୍ତି। ବ୍ରାହ୍ମଣ, ନରପତି ଓ ମହାଜନ ଯଦି ଶତ୍ରୁ ହୁଅନ୍ତି; ତେବେ ସେମାନଙ୍କୁ ପରାସ୍ତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।
ସିଂହ: ପୁତ୍ରମାନେ ପତ୍ନୀପ୍ରିୟ ହୋଇପାରନ୍ତି। ବିଦେଶରେ ଅବସ୍ଥାନ କରିବାକୁ ଇଚ୍ଛା କରିବେ। ନିଜେ କ୍ଷୁଧାତୁର ହେବାର ସୂଚନା ମିଳୁଛି। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ।
କନ୍ୟା: ପତ୍ନୀଙ୍କ ଉଦ୍ୟମରୁ ସୁଖ ଭୋଗ କରିବେ। ରାଜସେବାରୁ ଅନ୍ନ ପାନ ପ୍ରବଳ ଉଦ୍ୟମ ଓ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କଲେ ଧନ ପ୍ରାପ୍ତ ହେବେ। ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ କରିବେ।

ତୁଳା: କୁକର୍ମରେ ଲିପ୍ତ ବ୍ୟକ୍ତିଙ୍କୁ ବାରଣ ନ କରି ନିରବ ଦର୍ଶକ ହୋଇପାରନ୍ତି। ବିଷୟାସକ୍ତ ହେବାର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ଉତ୍ତମ ମାର୍ଗରେ ଚାଲିବାବେଳେ ପଥ ହୁଡ଼ିପାରନ୍ତି।

ବିଛା: ବହୁ ପ୍ରକାରର ବ୍ୟବସାୟରୁ ଧନ ଲାଭ କରିବେ। ଶସ୍ୟ, ମାଟି ଓ ପଥର ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ତ୍ୟାଗପୂତ ମନୋଭାବ ରହିବ। ମତିମାନ୍‌, ହୃଷ୍ଟଚିତ୍ତ ଓ ଅତିସୁଖୀ ହେବେ।

ଧନୁ: ଧାର୍ମିକ, ଯଶସ୍ବୀ ହେବା ସହିତ ବ୍ରତ ତତ୍ପର ହେବେ। ସମର କ୍ଷେତ୍ରରେ ଯାନ-ବାହନ ଚାଳନାରେ ଦକ୍ଷ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଅପାର ଗୁଣର ଅଧିକାରୀ ହେବେ।

ମକର: ସ୍ବକୁଳ ରହିତ କୃଷିକର୍ମରେ ଜଡ଼ିତ ହେବେ। ଧର୍ମକ୍ରିୟାରତ ହେବେ ଓ ଧନ ବ୍ୟୟ କରିବେ। ବାଧା, ବିଘ୍ନକୁ ଏଡ଼ାଇଯିବାକୁ ଉଦ୍ୟମ ଜାରି ରଖିବେ। ଭାଷା ଓ ମଧୁର ବ୍ୟବହାରରେ ପରକୁ ଆପଣାର କରିବେ।

କୁମ୍ଭ: ସ୍ବକର୍ମରୁ ପ୍ରଶଂସା ମିଳିବ। ନ୍ୟାୟ ଧର୍ମରୁ ଉଚ୍ଚାସନ ପ୍ରାପ୍ତ ହେବ। ପରାକ୍ରମରୁ ପୂର୍ଣ୍ଣତା ପ୍ରାପ୍ତ ହେବେ। ବିଦ୍ୟା ପ୍ରଭାବରୁ ସର୍ବଜନ ବିଦିତ ହେବେ। ସାଧୁସଙ୍ଗରୁ ତୃପ୍ତି ଓ ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବ।

ମୀନ: ମିଷ୍ଟ କଥାରେ ଅନ୍ୟକୁ ଭୁଲାଇ ବଶ କରିବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ବିବାଦରେ ବିଜୟୀ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି।

Breaking News