Report Card Odisha

| Daily Odia News

ପୈତୃକ ସମ୍ପତ୍ତି ପ୍ରାପ୍ତିର ସୂଚନା ମିଳୁଛି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରାଜନୀତିଜ୍ଞ ହୋଇପାରନ୍ତି। କୂଟନୀତିରେ ନିଜର ପରାକ୍ରମ ପ୍ରତିପାଦିତ କରି ଊର୍ଦ୍ଧ୍ବଗାମୀ ହେବେ। ଶ୍ବଶୁରଘର ତରଫରୁ ଧନ ଲାଭ ହୋଇପାରେ। ବିପଦଆପଦରେ ପତ୍ନୀ ରକ୍ଷାକର୍ତ୍ତା ହେବେ।

ବୃଷ: ଅକ୍ଷୟ ଯଶ ଅର୍ଜନ କରିପାରନ୍ତି। ବିପଦ ଯେତେ ଦୁର୍ବାର ହେଉ ନା କାହିଁକି; ଧୈର୍ଯ୍ୟହରା ହେବେ ନାହିଁ। ଧନୀ ହେବେ। ପତ୍ନୀ ଗୃହ ନିପୁଣା ହେବେ। ବ୍ୟବସାୟ ବଡ଼ ଧରଣର ହେବ।

ମିଥୁନ: ପରୋପକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁନାଶକ ହୋଇପାରନ୍ତି। ନୂତନ କାର୍ଯ୍ୟର ଅନୁସନ୍ଧିତ୍ସୁ ହେବେ। ବିପଦରେ ପଡ଼ିଲେ ବି ଶୀଘ୍ର ଉଧୁରିଯିବେ। ପତ୍ନୀ ଭାଗ୍ୟବତୀ ହେବେ।

କର୍କଟ: ବିବାହ ବିଳମ୍ବ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ହେବେ ଓ ସେବା ମନୋଭାବର ହୋଇପାରନ୍ତି। ସରକାରୀ ସ୍ତରରୁ ଧନଲାଭ ହେବ। ଶତ୍ରୁକୁ ପରାଜିତ କରିବାରେ ପାରଙ୍ଗମ ହେବେ। ନାମାଜାଦା ନେତା ହେବେ।
ସିଂହ: ନିର୍ବାଚନରେ ସୁଫଳ ମିଳିବ। ଶତ୍ରୁ ଦମନକାରୀ ହେବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଆଇନ ପରାମର୍ଶଦାତା ହୋଇପାରନ୍ତି। ଈଶ୍ବରବିଶ୍ବାସୀ ହେବେ।

କନ୍ୟା: ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଗମ୍ଭୀର ପ୍ରକୃତିର ହେବେ। ଉତ୍ତମ ସଂଗଠକ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଲେଖାପଢ଼ାରେ ପାରଦର୍ଶୀ ହେବେ। ମହାନ୍‌ ଡିଗ୍ରୀଧାରୀ ହେବେ।
ତୁଳା: ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ରହିବ। ପୈତୃକ ସମ୍ପତ୍ତି ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ପାଇବେ। ସଂଗ୍ରାମୀ ମନୋବୃତ୍ତିର ହେବେ।

ବିଛା: ମେସିନାରୀ କିମ୍ବା ତୈଳାଦି ବ୍ୟବସାୟରୁ ଧନ ଅର୍ଜନ କରିପାରନ୍ତି। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହେବେ। ଦୟାଳୁ ହେବେ। କଥାବାର୍ତ୍ତା ଓଜନଦାର ହେବ। ଧର୍ମବିଶ୍ବାସୀ ହେବେ। ପାପ, ପୁଣ୍ୟର ବିଚାରକ ହେବେ।

ଧନୁ: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ରାଜନୀତି ବିଶାରଦ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଶତ୍ରୁ ବିନାଶକ ହୋଇପାରନ୍ତି। ରାଜତୁଲ୍ୟ ହେବେ।

ମକର: ପ୍ରଭାବଶାଳୀ ହେବେ। ପୁରୁଷାର୍ଥୀ ହୋଇପାରନ୍ତି। ଗୁପ୍ତ ବିଦ୍ୟା ଗ୍ରହଣ କରିବେ। ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହୋଇପାରନ୍ତି। କୃଷି କର୍ମରୁ ପ୍ରଚୁର ଲାଭ ପ୍ରାପ୍ତ ହେବେ। ତୈଳ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ନୀତିବାନ୍‌ ଓ ପ୍ରଜ୍ଞାଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବିଦ୍ବାନ୍‌ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। କ୍ରୋଧୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ମୀନ: ଧନବାନ୍‌ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ରାଜନୀତିରେ ଶୀର୍ଷାସନ ଲାଭ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଧନ ଅର୍ଜନରେ ପାରଙ୍ଗମ ହେବେ।

Breaking News