Report Card Odisha

| Daily Odia News

ଆର୍ଥିକ ସ୍ଥିତିରେ ଉନ୍ନତି ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସନ୍ମାର୍ଗରେ ନିଜର ଦୃଢ଼ ଯୁକ୍ତି ଉପସ୍ଥାପନ କରିବେ। ସର୍ବସୁଖର ଅଧିକାରୀ ହେବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାଦୀ ହେବେ।

ବୃଷ: ବିଭିନ୍ନ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରିପାରନ୍ତି। ଭାଗ୍ୟଶାଳୀ ହେବେ। ଶତ୍ରୁକୁ ପରାଜିତ କରିବାରେ ପାରଙ୍ଗମ ହେବେ। ଜନବଲ୍ଲଭରେ ପରିଗଣିତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ମିଥୁନ: ରାଜପୂଜା ମିଳିପାରେ। ପୁତ୍ର ସୁଖରେ ସୁଖୀ ହେବେ। ସାମାଜିକ ସ୍ତରରେ ଶ୍ରେଷ୍ଠ ସ୍ଥାନ ମିଳିପାରେ। ଦୟାର ଅବତାର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ।

କର୍କଟ: ସରକାରଙ୍କ ସାକ୍ଷ ଦାନକାରୀ ହେବେ। ସ୍ବଚ୍ଛତାସମ୍ପନ୍ନ ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ହେବେ। ଦେବ ଦ୍ବିଜ ପରାୟଣ ହୋଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷକ ହେବେ।

ସିଂହ: ଅଜାତ ଶତ୍ରୁ ହେବେ। ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି। ସମ୍ପଦର ଅଧିକାରୀ ହେବେ। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ। ବାକ୍ୟ ବିଶାରଦ ହେବେ। ସୁଖକର ଘଟଣା ଘଟିବ।

କନ୍ୟା: ଧନଶାଳୀ ହୋଇପାରନ୍ତି। ଶାସ୍ତ୍ର୍ୟାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। କାବ୍ୟକର୍ତ୍ତାଭାବେ ସମ୍ମାନିତ ହେବେ। ଶତ୍ରୁ ନିପାତ ହେବେ।

ତୁଳା: ସରକାରୀ ଧନ ପ୍ରାପ୍ତ ହୋଇପାରନ୍ତି। ସୁବନ୍ଧୁଯୁକ୍ତ ହେବେ। ଲୋକଙ୍କ ବିରୋଧୀ ହୋଇପାରନ୍ତି। ପଢ଼ାପଢ଼ିରେ ମନୋନିବେଶ କରିବେ। ଅର୍ଥାଗମ ହେବ। ପ୍ରତ୍ୟେକ ଘଟଣାରେ ନେତୃତ୍ବ ନେବେ।

ବିଛା: ମହିଳାଙ୍କ ଉପଦେଷ୍ଟା ହୋଇପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଚାରୁତର ଓ ସୁଶୀଳ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଧନ, ଯାନ-ବାହନ ଉତ୍ତମ ବଚନରେ ପଟୁ ହେବେ।

ଧନୁ: ପତ୍ନୀ ବିନୟୀଭାବେ କାର୍ଯ୍ୟ କରିବେ। ବାକ୍ୟ ବିଶାରଦ ହୋଇପାରନ୍ତି। କାର୍ଯ୍ୟଭାର ବହନକରି ସୁପରିଚାଳନା କରିବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ମକର: ସତ୍‌ ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ଅବିବାହିତମାନଙ୍କର ବିବାହ ବିଳମ୍ବ ହୋଇପାରେ। ରାଜପୂଜ୍ୟ ହୋଇପାରନ୍ତି। ମାତ୍ର ସୌଜନ୍ୟହୀନ ହେବାର ସୂଚନା ମିଳୁଛି। ଧନାଗମ ହୋଇପାରେ।

କୁମ୍ଭ: ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସୁବନ୍ଧୁଯୁକ୍ତ ହୋଇପାରନ୍ତି। ପ୍ରଜ୍ଞାଧିକ ଯୋଗଁୁ ଜନସାଧାରଣଙ୍କ ଆଦରଣୀୟ ହେବେ। ପ୍ରିୟଭାଷୀ ହୋଇପାରନ୍ତି। ଜ୍ଞାନବଳରେ ବଳୀୟାନ ହୋଇପାରନ୍ତି।

ମୀନ: ଦ୍ୟୁତକ୍ରୀଡ଼ାରେ ଧନ ବ୍ୟୟ ହେବ। ପରକୁ ଆପଣାର କରିପାରନ୍ତି। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସୁସ୍ବାଦୁ ଭୋଜନ ମିଳିବ।

Breaking News