ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସନ୍ତାନଙ୍କ ସୁଖରେ ସୁଖୀ ହେବେ। ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ଶୁଦ୍ଧ-ପୂତ ରହିବେ। ଜୀବେଦୟା ମହତ୍ବାଣୀକୁ ଅନୁସରଣ କରି ଧର୍ମଧ୍ବଜାଧାରୀ ହେବେ।
ବୃଷ: ଅଧିକ ସମ୍ପଦ ଇଚ୍ଛା କଲେ ବି; ତାହା କଷ୍ଟସାଧ୍ୟ ହେବ। ପ୍ରତିବିଧାନ କଲେ ସୁସ୍ଥତା ଅନୁଭବ କରିବେ। ଯତ୍ନବାନ୍ ଓ ପରିଶ୍ରମୀ ହେଲେ କୃଷିରୁ ଲାଭ ମିଳିବ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।
ମିଥୁନ: ବିନୟୀ ହେବେ। ସଦ୍ଗୁଣ ସମ୍ପନ୍ନ ହେବେ। ସୁଶ୍ରୀ ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ସେବା ପରାୟଣ ହେବେ। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। କାର୍ଯ୍ୟ ଫଳପ୍ରସୂ ହେବ।
କର୍କଟ: ସରକାରଙ୍କ ସ୍ତାବକ ନ ହୋଇ ସ୍ପଷ୍ଟବାଦୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ମହାଜନଙ୍କ ସହିତ ଲାଗିଥିବା ଶତ୍ରୁତାର ଅବସାନ ଘଟାଇ ଆଶ୍ବସ୍ତ ହେବେ। ଦିନଟି ମଙ୍ଗଳମୟ ହେବ। ଆତ୍ମସନ୍ତୋଷ ମିଳିବ।
ସିଂହ: ପତ୍ନୀଙ୍କ ସଞ୍ଚିତ ଧନ ପାଇଁ ସୁଖୀ ହେବେ। ନମ୍ରତାର ପ୍ରତୀକ ହୋଇପାରନ୍ତି। ଆପଣଙ୍କ ପରାମର୍ଶ ସୁଦୂର ପ୍ରସାରୀ ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ନୀତିଶାସ୍ତ୍ରରେ ପାରଙ୍ଗମ ହେବେ।
କନ୍ୟା: ସେବା କ୍ଷେତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶ୍ରମ ସାର୍ଥକ ହେବ। ଶତ୍ରୁତାର ଅବସାନ ଘଟିବ। ଜ୍ଞାନାଧିକ ହେବେ। ରମଣୀ ସ୍ନେହୀ ହୋଇପାରନ୍ତି। ସୁଶୀଳ ବ୍ୟକ୍ତିଭାବେ ଜନାଦ୍ରୁତ ହେବେ।
ତୁଳା: ଭ୍ରାତୃଭକ୍ତିଯୁକ୍ତ ହେବେ। ପତ୍ନୀବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବାକ୍ୟ ବିଶାରଦ ହେବା ଆଶା କରାଯାଏ। ନିର୍ଭୟରେ ପ୍ରଖ୍ୟାତ୍ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବିଛା: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମକରି ଶୃଙ୍ଖଳିତ ବ୍ୟବସାୟରୁ ଧନ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିବେ। ବହୁପ୍ରକାର ବ୍ୟବସାୟ ଲାଭଜନକ ହେବ। ନୀତିମାନ୍ ହୋଇପାରନ୍ତି। ଅତିସୁଖୀ ହେବେ।
ଧନୁ: ନୀତିନିଷ୍ଠ ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। ଯଶସ୍ବୀ ହେବେ। ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି।
ମକର: ନିରୋଳାରେ ଚଳାଇଥିବା ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ପାଇପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ବିବାଦୀୟ ବିତର୍କରେ ଭାଗ ନେଲେ ଅସୁବିଧାରେ ପଡ଼ିପାରନ୍ତି। ଖର୍ଚ୍ଚାନ୍ତଯୋଗ ଅଛି।
କୁମ୍ଭ: ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଥିବା ଭାଷାକୁ ଉଦ୍ଧାର କରି ଉତ୍କଳୀୟ ଜନଚେତନାର ପ୍ରତୀକ ହୋଇପାରନ୍ତି। ଯେକୌଣସି କାର୍ଯ୍ୟରେ ହାତଦିଅନ୍ତୁ ନା କାହିଁକି; ସଫଳକାମୀ ହେବେ।
ମୀନ: ଦୟାର୍ଦ୍ରଚିତ୍ତ ଓ ସେବା ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଦେବଦ୍ବିଜ ପରାୟଣ ହେବେ। ବ୍ୟବସାୟ ଲାଭଜନକ ହେବ। ବିତ୍ତବାନ୍ ହେବେ।
More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଦାମ୍ପତୃ ଜୀବନ ମଧୁମୟ ହେବ…..
ଆଜି ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ବତୀ ପୂଜା…..