Report Card Odisha

| Daily Odia News

ସୁସମ୍ବାଦ ପାଇ ଖୁସି ହେବେ…….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଷ : ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି। ଖାଦ୍ୟ, ପାନୀୟ ସୁଖକର ହେବ। ଯାନ-ବାହନ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିପାରେ।
ବୃଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିନା ବାଧାବିଘ୍ନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଠାକୁରଙ୍କ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ସରକାରଙ୍କ ପ୍ରିୟପାତ୍ର ହେବେ।
ମିଥୁନ : ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ତ୍ୟାଗଶୀଳ ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସୁଖୀ ହେବେ।
କର୍କଟ : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ : ଧର୍ମକାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଓହରି ଯାଇପାରନ୍ତି। ସେବା କାର୍ଯ୍ୟ ପ୍ରତି ମନ ବଳାଇ ପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବେ। କଥା ମଧୁର ଯୋଗୁଁ ଆଦର ମିଳିବ। ଯାତ୍ରା ଶୁଭଦାୟକ ହେବ।
କନ୍ୟା : ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ଅର୍ଥ ସହାୟତା ମିଳିବ।
ତୁଳା : ଆୟ ଊଣା ହେବ ନାହିଁ। କର୍ମରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସମ୍ବାଦ ପାଇ ଖୁସି ହେବେ। ବିବାଦରେ ବିଜୟୀ ହେବେ।
ବିଛା : ଶ୍ରମ ସାର୍ଥକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍‌ ହେବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‌ ବ୍ୟବହାର କରି ପ୍ରଶଂସନୀୟ ହେବେ। ବିବାଦରେ ବିଜୟୀ ହେବେ।
ଧନୁ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଧର୍ମପ୍ରିୟ ହେବେ। ଅଭିଜ୍ଞତାର ସଦୁପଯୋଗ କରି ପ୍ରଶଂସନୀୟ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ମକର : ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରକୁ ଊଳମୟ କରି ଗଢ଼ି ତୋଳିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
କୁମ୍ଭ : ବନ୍ଧୁମାନଙ୍କ ସହାୟତା ପାଇ ଆଶ୍ବସ୍ତ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି।
ମୀନ : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ। ଧାର୍ମିକ, ତେଜସ୍ବୀ, ଉତ୍ତମ ଦାୟିତ୍ବ ସମ୍ପନ୍ନ ହେବାର ସୂଚନା ମିଳୁଛି।

Breaking News