Report Card Odisha

| Daily Odia News

ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତ ମାନର ହେବ। ଦ୍ବିଜା ନକ୍ଷତ୍ରର ସ୍ବଳ୍ପ ଆୟ ହେବ।

ବୃଷ: କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। କାର୍ଯ୍ୟରେ ବିଘ୍ନକାରୀମାନେ ଅପଦସ୍ତ ହେବେ। ମଧୁର ଭାଷାରେ ପରକୁ ଆପଣାର କରିବେ। ମୃଗଶିରାର ଚକ୍ଷୁ ପୀଡ଼ା ହେବ।

ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭ ଫଳ।

କର୍କଟ: ପୁଷ୍ୟାନକ୍ଷତ୍ରଜାତ ବ୍ୟକ୍ତି କୁଳଉଳକାରୀ ହେବେ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଦିନଟିରେ ସବୁପ୍ରକାର ଶୁଖ ମିଳିବ। ଅଶ୍ଲେଷା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ।
ସିଂହ: ମଘା ଓ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଉଦ୍ୟୋଗୀ ହେବେ। କାର୍ଯ୍ୟ ଶୁଭଦାୟକ ହେବ। ଦେବ ସେବାରେ ବ୍ରତୀ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।
କନ୍ୟା: ଉତ୍ତରାଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କର୍ତ୍ତବ୍ୟନିଷ୍ଠ ହେବେ। ଦେବ-ବ୍ରାହ୍ମଣ ଭକ୍ତ ହୋଇପାରନ୍ତି। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ସତର୍କରେ ଚଳିବେ।

ତୁଳା: ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପ୍ରୀତି ଲାଭ କରିପାରନ୍ତି। ସେବା ମନୋଭାବର ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ରହିବେ।

ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ବାକ୍ୟ ବିଶାରଦ ହେବେ। ଚିତ୍ତ ପ୍ରସନ୍ନ ରହିବ। କର୍ତ୍ତବ୍ୟନିଷ୍ଠ ହେବେ। ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧାର ପାତ୍ର ହେବେ। ବ୍ୟବସାୟ ଲାଭଜନକ ହେବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ବିଦ୍ୟାଭ୍ୟାସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ତ୍ତବ୍ୟ ପରାୟଣ ହେବେ। ପୂର୍ବାଷାଢ଼ାର ସାମାନ୍ୟ ଶୁଭ।

ମକର: ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କୃଷିକର୍ମରୁ ଲାଭ ମିଳିବ। ଉଦାର ସ୍ବଭାବ ଓ ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ପ୍ର​‌େ​‌ତ୍ୟକ କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଯଶସ୍ବୀ ହେବେ। ଜନାନୁରକ୍ତ ହୋଇପାରନ୍ତି। ଶାସ୍ତ୍ର ଅଧ୍ୟୟନକୁ ବ୍ରତଭାବେ ଗ୍ରହଣ କରିବେ। ପୂର୍ବଭାଦ୍ର ଓ ଧନିଷ୍ଠାର ସାମାନ୍ୟ ଶୁଭ।

ମୀନ: ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ। ମତିମାନ୍‌ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ଚଞ୍ଚଳମନା ଓ ଦୃଷ୍ଟ ଚିତ୍ତ ହୋଇପାରନ୍ତି। ପୂର୍ବଭ୍ରାଦ୍ର ମୀନ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

Breaking News