Report Card Odisha

| Daily Odia News

ବିବାଦୀୟ ଘଟଣାରେ ବିଜୟୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: କୃପାନିଧାନ ହୋଇପାରନ୍ତି। ସୁସମ୍ବାଦ ମନରେ ପୁଲକଜାତ କରିପାରେ। କରିତ୍‌କର୍ମା ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବୃଷ: ପରିବର୍ତ୍ତନର ସମୟ ଉପସ୍ଥିତ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। କ୍ଷମତାପନ୍ନ ହୋଇପାରନ୍ତି। ପରୋପକାରରେ ନିଜକୁ ନିୟୋଜିତ କରିବେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ।

ମିଥୁନ: ଦୁଃଖ-ଦୁର୍ଦଶାଗ୍ରସ୍ତ ଥାଇ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ। ଶତ୍ରୁନାଶ କରିପାରନ୍ତି। ମାତୁଳ ହେତୁକ ମାନ ଭଙ୍ଗ ହେବ।

କର୍କଟ: ଦିନଟି ସୁଖଦାୟକ ହୋଇପାରେ। ସାଧନାରୁ ଶାଶ୍ବତ ସୁଖ ସନ୍ଧାନ ପାଇପାରନ୍ତି। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। ପତ୍ନୀ ପତିପରାୟଣା ହେବେ।

ସିଂହ: ଅଜାତ ଶତ୍ରୁ ହୋଇପାରନ୍ତି। ଭ୍ରାତୃଭାବ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟଦକ୍ଷତା ଯୋଗୁ ପ୍ରଶଂସା ମିଳିବ। ଋଣ ମୁକ୍ତ ହେବେ। କାର୍ଯ୍ୟ ଫଳପ୍ରସୂ ହେବ।

କନ୍ୟା: ରଚନା ଶୈଳୀ ଉତ୍ତମମାନର ହେବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଦୟାଳୁ, ସମ୍ୟକ୍‌ ତତ୍ତ୍ବଦର୍ଶୀ ଓ ଗୁଣାତୀତ ହେବେ। ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ମିଳିବ।

ତୁଳା: ପୁଣ୍ୟକର୍ମ ବ୍ୟକ୍ତି ହେଲେ ବି ସେହି ପୁଣ୍ୟ କର୍ମ ପାଇଁ ଗର୍ବଭାବ ବହନ କରିପାରନ୍ତି। ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଲାଭଦାୟକ କୃଷିକର୍ମକୁ ଆଦରି ନେବେ। ଧର୍ମ ଧ୍ବଜାଧାରୀ ହେବେ।

ବିଛା: କର୍ମଚଞ୍ଚଳ ରହିବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର କର୍ମ କୁଶଳତା ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ଆତ୍ମବିଶ୍ବାସୀ ହେବେ। ପବିତ୍ର ଭାବନା ନେଇ ଦାନ-ଧର୍ମାଚରଣ କରିବେ।

ଧନୁ: ପରୋପକାରରେ ବ୍ରତୀ ହୋଇ କୃପା ନିଧାନଙ୍କ କୃପା ପାତ୍ର ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠା ଯୋଗୁ ଉଚ୍ଚାସନରେ ଆସୀନ ହେବାର ସୂଚନା ମିଳୁଛି। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ମକର: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଚର୍ତୁବର୍ଗ ଦାୟକ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚାରୁଚନ୍ଦନା ଦେହୀ ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ନୂତନ ବନ୍ଧୁତା ଯୋଡ଼ି ହୋଇପାରେ। ସମ୍ମାନିତ ହେବେ।

କୁମ୍ଭ: ସାଧନାର ପ୍ରଥମ ସୋପାନ ଏକାନ୍ତରେ କିଛି ସମୟ ବିତାଇବାକୁ ଇଚ୍ଛା କରିବେ। ପୁରାତନ ଶବ୍ଦ ଭଣ୍ଡାରର ପେଡ଼ି ଖୋଲି ନିଜର ସାରସ୍ବତ ଓ ଉପେଦଶାତ୍ମକ ରଚନାକୁ ସାଧାରଣରେ ପ୍ରକାଶ କରିପାରନ୍ତି।

ମୀନ: ମହନୀୟ ରାଜପଦ ଓ ଅତୁଳ ଧନସମ୍ପଦ ଲାଭ କରିପାରନ୍ତି। ସର୍ବଜନଙ୍କ ଆଦରଣୀୟ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଚେଷ୍ଟାରେ ଚଞ୍ଚଳମାନସ ହୋଇପାରନ୍ତି। ସମ୍ମାନାସ୍ପଦ ହେବେ।

Breaking News