ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଏକାନ୍ତରେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ରାଜଯୋଗ ପ୍ରାପ୍ତିର ସୌଭାଗ୍ୟ ଅଛି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ମଧୁରଭାଷୀ ହେବେ।
ବୃଷ: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅମୃତ ହସ୍ତା ହୋଇପାରନ୍ତା।
ମିଥୁନ: ମନ ପ୍ରସନ୍ନ ରହିବ। କୁଳ ଉଳକାରୀ ହେବେ। କାର୍ଯ୍ୟଧାରା ସାଫଲ୍ୟ ମଣ୍ଡିତ ହେବ। ଦୟାର୍ଦ୍ରଚିତ୍ତ ହେବେ। ବାଣିଜ୍ୟ କାରବାର ବୃଦ୍ଧି ପାଇବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ଶ୍ରଦ୍ଧା ରହିବ।
କର୍କଟ: ଭାଗ୍ୟଶାଳୀ ହେବେ। ବିଳାସବ୍ୟସନରେ ବୁଡ଼ି ରହିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ପତ୍ନୀଙ୍କ ମନସ୍କାମନା ପୂରଣ କରି ଆତ୍ମସନ୍ତୋଷ ଲାଭ କରିବେ।
ସିଂହ: ପ୍ରତିହିଂସା ପରାୟଣ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଆଶା ମରୁ ମରୀଚିକା ପରି ଛଳନାମୟୀ ହୋଇପାରେ। ଅସୁସ୍ଥତା ଅନୁଭବ କରିବେ। ସତର୍କତାର ସହ ଦିନଟି କାଟିବେ।
କନ୍ୟା: କାୟୋ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଉତ୍ସର୍ଗୀକୃତ ମନୋଭାବ ନେଇ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି। ଚାକିରି କ୍ଷେତ୍ରରେ ସ୍ବନାମଧନ୍ୟ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ।
ବିଛା: କର୍ମଚଞ୍ଚଳ ରହିବେ। ସୃଜନଶୀଳ ମନୋଭାବର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ଧନୁ: ଉଦାର ସ୍ବଭାବ ଓ ଦାନଶୀଳ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୁଦ୍ଧିମାନ୍ ଓ ପ୍ରେମୀ ହୋଇପାରନ୍ତି। ପରମାତ୍ମା ଆପଣଙ୍କୁ ସନ୍ମାର୍ଗରେ ପ୍ରେରିତ କରିପାରନ୍ତି। ଯାନବାହନ ସୁଖ ମିଳିବ।
ମକର: ସର୍ବସୁଖର ଅଧିକାରୀ ହେବେ। ବିବାଦରେ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ପରର ଉପକାର କରି ସ୍ବର୍ଗସୁଖ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
କୁମ୍ଭ: ଭାଗ୍ୟବଳରେ ବଳୀୟାନ ହେବେ। କର୍ମବଳ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରିବେ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣାଙ୍ଗନରେ ବୀରତ୍ବ ପ୍ରଦର୍ଶନ କରିପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ। ସୁସ୍ବାଦୁ ଭୋଜନ ମିଳିବ।
More Stories
ପ୍ରଶଂସାର ପାତ୍ର ହେବେ…..
ସାହାଯ୍ୟକାରୀ ହେବେ……
ସୁଖୀ ରହିବେ….