Report Card Odisha

| Daily Odia News

ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ବୃଷ: ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷିରୁ ଲାଭବାନ୍‌ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ମିଥୁନ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁପ୍ରେମୀ, ଧାର୍ମିକ ଓ ବିଦ୍ବାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ। ଧନାଗମ ହେବ।

ସିଂହ: ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭୋଜନ ରୁଚିକର ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: କର୍ମଚଞ୍ଚଳ ରହିବେ। ବ୍ୟବହାର ଓ ଭାଷାର ମାଧୁରିମା ପରକୁ ଆପଣାର କରିବ। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

ତୁଳା: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବ।

ବିଛା: ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅକ୍ଷୟ ଯଶର ଅଧିକାରୀ ହେବେ। ନିଜ ପରିବାର ପ୍ରତି ସ୍ନେହଭାବ ରହିବ।

ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ଦିନଟି ସୁଖ, ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।
ମକର: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଧୈର୍ଯ୍ୟର ସହ ଆଶୁ ବିପଦର ମୁକାବିଲା କରିବାରେ ସକ୍ଷମ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କରେ ଚଳିବେ।

କୁମ୍ଭ: ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିୟୋଜିତ ହେବେ। ବ୍ୟବସାୟ ଲାଭଜନକ ହେବ।

ମୀନ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

Breaking News