ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରିରହିଥିବା ବେଳେ ଆଜି ରୁଷ୍ ବିଜୟ ଦିବସ ପାଳନ କରୁଛି । ଏହି ଦିନ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍ ସଂଘର ବିଜୟ ହୋଇଥିବାରୁ ରୁଷ୍ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି। ସୋଭିଏତ ନେତା ଷ୍ଟାଲିନ୍ ମେ ୯କୁ ବିଜୟ ଉତ୍ସବ ପାଇଁ ଚୟନ କରିଥିଲେ କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା। ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଏପରିକି ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା ମଧ୍ୟ ପୁଟିନ୍ ତାଙ୍କ ଭାଷଣରେ କରିପାରନ୍ତି ବୋଲି ପଶ୍ଚିମ ରାଷ୍ଟ୍ରମାନେ ଆଶଙ୍କା କରୁଛନ୍ତି। ଏଭଳି ଘୋଷଣା ହେଲେ ପରିସ୍ଥିତି ଅତି ଭୟାନକ ହେବ ଏବଂ ରୁଷ୍ର ଆକ୍ରମଣ କେବଳ ୟୁକ୍ରେନ୍ରେ ସୀମିତ ରହିବ ନାହିଁ। ଏବେ ନାଟୋ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଦେଉଥବା ଅସ୍ତ୍ରକୁ ରୁଷ୍ ଟାର୍ଗେଟ୍ କରୁଥିବା ବେଳେ ପୂର୍ଣ୍ଣାଙ୍ଗ ଯୁଦ୍ଧ ସ୍ଥିତିରେ ରୁଷ୍ ପଡ଼ୋଶୀ ନାଟୋ ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ୍ କରିବା ସମ୍ଭବନା ରହିଛି। ଆସନ୍ତାକାଲି ବିଜୟ ଦିବସ ଉପଲକ୍ଷେ ରାଷ୍ଟ୍ରପତି ପୁଟିନ୍ ଦେଶବାସୀଙ୍କୁ ଯେଉଁ ଉଦ୍ବୋଧନ ଦେବେ ତାହାକୁ ପୂରା ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଆଜି ପର୍ଯ୍ୟନ୍ତ ୟୁକ୍ରେନ୍କୁ ନେଇ ପୁଟିନ୍ଙ୍କ ରଣନୀତି ନେଇ ସମସ୍ତ ଅନ୍ଧାରରେ ଅଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..