Report Card Odisha

| Daily Odia News

ଆଜି ପଦ୍ମ ଧରିବେ ଜୟ ଢୋଲକିଆ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ପଡ଼ିଯାଇଛନ୍ତି। ଏହି ସମୟରେ ଖବର ଆସିଛି କି ଆଜି ଭାଜପାରେ ମିଶିପାରନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଜୟ ଢୋଲକିଆ ପଦ୍ମ ଧରିପାରନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା ଚାଲିଛି।୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ୫୦,୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ଏହି ଉପର୍ନିବାଚନ ଲାଗି ଘାସିରାମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି।

Breaking News