Report Card Odisha

| Daily Odia News

ଆଜି ନନ୍ଦନକାନନ ପାଳୁଛି ୬୬ତମ ପ୍ରତିଷ୍ଠା ଦିବସ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ନନ୍ଦନକାନନ ପାଳୁଛି ୬୬ତମ ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରିଆସୁଛି। ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ବିଭିନ୍ନ ନୂତନ ଖୁଆଡ଼ର ଶୁଭଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନ, ପ୍ରାଣୀଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହଛୁଆ, ସିମ୍ପାଞ୍ଜି ଛୁଆ ଏବଂ ହିମାଳୟ କଳାଭାଲୁ ଛୁଆଙ୍କ ନାମକରଣ କରାଯିବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ନନ୍ଦନକାନନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯିବ।ଏହି ନୂତନ ଖୁଆଡ଼ମାନ ଉଦଘାଟନ ପରେ ପର୍ଯ୍ୟଟକ ଅଧିକ ମଜା ଉଠାଇ ପାରିବେ।

Breaking News