Report Card Odisha

| Daily Odia News

ଆଜି ମେଲାଣି ନେବେ ମାଆ ଦୁର୍ଗା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା | ରାଜଧାନୀରେ ଅନୁଷ୍ଠିତ ହେବ ଡିଜେ ମୁକ୍ତ ଓ ନିଶାମୁକ୍ତ ଭାସାଣ । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ୫ ଟି ଜାଗାରେ ହେବ ଭସାଣ ମଞ୍ଚ। ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି । ଭାସାଣ ଲାଗି ରାସ୍ତା, ଘାଟ ଓ ଅଲୋକିକରଣ ବ୍ୟବସ୍ଥା ବି କରାଯାଇଛି । ଭସାଣ ସମୟରେ ଅଘଟଣ ରୋକିବା ଲାଗି ଅଗ୍ନିଶମ ଓ ଶାନ୍ତିଶୃଙ୍ଖଳା ଲାଗି ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସହିଦନଗର ଭୁବନେଶ୍ୱର ଭସାଣ ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭସାଣ ସୁରକ୍ଷା କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର ଭୁବନେଶ୍ୱର ପଟେ ଦୁଇଟା ଭସାଣ ମହୋତ୍ସବ ଆୟୋଜିତ ହେଉଛି । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।ଏହା ସହ ରସୁଲଗଡ଼ ଓ ଦାରୁଠେଙ୍ଗ କୌଣସି କମିଟିକୁ ନଯାଇ ନିଜସ୍ଵ ଭସାଣ ଉତ୍ସବ ଆୟୋଜନ କରିଛନ୍ତି । ଭୁବନେଶ୍ୱରରେ ଭସାଣ ଉତ୍ସବ ଲାଗି କମିଶନରେଟ ପୋଲିସ ପକ୍ଷରୁ ମାର୍ଗଦର୍ଶୀକା ଜାରି ହୋଇଛି।

Breaking News