Report Card Odisha

| Daily Odia News

ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ, ରୋଜ ଡେ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜିଠୁ ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଛି ଭାଲେଣ୍ଟାଇନ ଓ୍ୱିକ୍ ବା ପ୍ରେମ ସପ୍ତାହ । ତେବେ ଏହି ସପ୍ତାହ ମଧ୍ୟରେ ବିଶେଷ ଦିନ ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଡେ’ କୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହୀତ ଦେଖାଦେଇଛି । ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ । ପ୍ରେମିକା ପ୍ରେମିକମାନେ ଉତ୍ସାହର ସହ ଏହି ସପ୍ତାହକୁ ପାଳନ କରିବା ପାଇଁ ଲାଗିପଡ଼ିଛନ୍ତି । ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ପାଳନ ହେଉଛି ରୋଜ ଡେ । ଏଥିପାଇଁ ବିଭିନ୍ନ ଫୁଲ ଦୋକାନରେ ଦେଖିବାକୁ ମିଳିଛି ଭିଡ । ବିଶେଷକରି କାର୍ଡ ଓ ଗିଫ୍ଟ ଦୋକାନଗୁଡିକରେ ମଧ୍ୟ ଭିଡ ବି ଲାଗିଛି । କାଲି ଅର୍ଥାତ୍ ଫେବୃୟାରୀ ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିଜ୍‌ ଡେ, ୧୨ରେ ହଗ୍‌ ଡେ, ୧୩ରେ କିସ୍‌ ଡେ ଓ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଏ । ନିଜ ମନର ମଣିଷ ପାଇଁ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ସରାଗର ସହ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ବେଶ ଭଲ ଭାବରେ ପାଳନ କରିଥାନ୍ତି ।

 

Breaking News