ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୃଥିବୀ ଆଡକୁ ମାଡି ଆସୁଛି ଶକ୍ତିଶାଳୀ ସୌର ଝଡ | ଏହି ସୌର ଝଡ ରବିବାର କିମ୍ବା ସୋମବାର କୌଣସି ବି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ। ଶକ୍ତିଶାଳୀ ସୌର ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତିକରୁଛି । ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ, ଏହି ଝଡ କାରଣରୁ ଉପଗ୍ରହ ସିଗ୍ନାଲରେ ମଧ୍ୟ ବାଧା ଆସିପାରେ। ଯେଉଁଥିରେ ବିମାନର ଉଡାଣ, ରେଡିଓ ସିଗ୍ନାଲ, ଯୋଗାଯୋଗ, ମୋବାଇ ସିଗ୍ନାଲ ଓ ପାଣିପାଗ ଉପରେ ପ୍ରଭାବ ଦେଖିବାକୁ ମିଳିପାରେ। ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ଅନୁମାନ ଅନୁଯାୟୀ, ଝଡ ଘଣ୍ଟା ପ୍ରତି ୧୬ ଲକ୍ଷ ନଅ ହଜାର ୩୪୪ କିମି ବେଗରେ ଆଗକୁ ମାଡି ଆସୁଛି। ଏହାର ବେଗ ଆହୁରି ମଧ୍ୟ ବଢିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ମହାକାଶରେ ମହାଝଡ ଆସେ ତେବେ ପୃଥିବୀ ପୃଷ୍ଠରେ ପ୍ରାୟ ସବୁ ସହରର ବିଜୁଳି କଟି ଯାଇପାରେ।
ରାତିରେ ଦେଖାଯିବ ଉଜ୍ଜ୍ଵଳ ଆଲୋକ
ପାଣିପାଗ ଆଧାରିକ ଏକ ଓ୍ଵେବସାଇଟ୍ ଅନୁଯାୟୀ, ସୂର୍ଯ୍ୟର ବାୟୁମଣ୍ଡଳରୁ ଉତ୍ପନ ଏହି ସୌରଝଡ କାରଣରୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ପ୍ରଭୁତ୍ଵ ଥିବା ମହାକାଶର ଏକ ଅଞ୍ଚଳରେ ବହୁତ ପ୍ରଭାବ ଦେଖିବାକୁ ମିଳିପାରେ। ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକେ ରାତିରେ ସୁନ୍ଦର ଏବଂ ଉଜ୍ଜ୍ଵଳ ଆଲୋକ ଦେଖି ପାରନ୍ତି।
ଝଡର ପୃଥିବୀ ଉପରେ କଣ ରହିଛି ପ୍ରଭାବ ?
ସୌର ଝଡ କାରଣରୁ ପୃଥିବୀର ବାୟୁମଣ୍ଡଳ ଗରମ ହୋଇଥାଏ, ଯାହାର ସିଧା ପ୍ରଭାବ ଉପଗ୍ରହ ଉପରେ ପଡିଥାଏ। ଏଥିରେ ଜିପିଏସ ନେଭିଗେସନ, ମୋବାଇଲ ଫୋନ୍ ସିଗ୍ନାଲ ଓ ସାଟେଲାଇଟ୍ ଟିଭିରେ ବାଧା ଉତ୍ପନ ହୋଇଥାଏ। ପାଓ୍ଵାର ଲାଇନ୍ସରେ ବିଦ୍ୟୁତ୍ କ୍ଷୀପ୍ର ବେଗରେ ଆସିପାରେ, ଯେଉଁଥିରେ ଟ୍ରାନ୍ସଫର୍ମର ଉଡିପାରେ। କିନ୍ତୁ ଏହା ସାଧାରଣତଃ ବହୁତ କମ ଘଟିଥାଏ। କାରଣ ପୃଥିବୀ ପୃଷ୍ଠର ଚୁମ୍ବକୀୟ କ୍ଷେତ୍ର ଝଡ ବିରୋଧରେ ସୁରକ୍ଷା କବଚର କାମ କରିଥାଏ। ଏଥିସହ ଆଜିକାଲି କମ୍ପ୍ୟୁଟର ଅଟୋମେସନ ଉପରେ ନିର୍ଭର। ତେଣୁ ବିଗତ ସୌର ଝଡ ତୂଳନାରେ ଏଥର ସୌ ରଝଡର ପରିଣାମ କମ ଭୟାବହ ହୋଇପାରେ। ୧୯୮୯ରେ ଆସିଥିବା ସୌର ଝଡ କାରଣରୁ ବିଜୁଳି ଚାଲି ଯିବାରୁ କାନାଡାର କ୍ୟୁବାକ ସହର ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ସମସ୍ୟାର ସାମ୍ନା କରିବାକୁ ପଡିଥିଲା।
More Stories
ଆସନ୍ତାକାଲି ସଂସଦରରେ ଆଗତ ହୋଇପାରେ ଓ୍ବାକଫ୍ ବିଲ୍…..
ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା….
ପୁଣି ଜଣେ କିଟ୍ ଛାତ୍ରଙ୍କର ମୃତ୍ୟୁ…..