ରିପୋର କାର୍ଡ଼ / ପୁରୀ
ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା। ଏହାକୁ ରସାପୂର୍ଣ୍ଣିମା ମଧ୍ୟ କୁହାଯାଏ | ଆଜି ଶ୍ରୀମନ୍ଦିରର ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର | ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼ ହୋଇଥାଏ | କରୋନା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଥିବା ବେଳେ ସିଂହଦ୍ଵାର ସମ୍ମୁଖରୁ ପତିତପାବନ ଙ୍କ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ସେପଟେ ପୁରୀ ସମୁଦ୍ରରେ ଆଜି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ସହ ବଡ଼ି ଭୋରରୁ ଯାଇ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ଡ଼ଙ୍ଗା ଭସାଇ ସୂର୍ଯ୍ୟ ଦର୍ଶନ କରିଛନ୍ତି।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……