ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ହର୍ଷ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସହିଷ୍ଣୁ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହେବେ। ରୂପବାନ୍ ହେବେ। ମନ ପ୍ରଫୁଲ୍ଲ ରହିବ।
ବୃଷ : ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ଶାରୀରିକ ଶକ୍ତିସମ୍ପନ୍ନ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ : ଦିନଟି ସମସ୍ୟାବହୁଳ ହୋଇପାରେ; ତଥାପି ସ୍ବାଧୀନଭାବେ କିଛି କରିବାକୁ ଇଚ୍ଛା କଲେ କିଛି ବିଘ୍ନ ଉପୁଜିବ ନାହିଁ। ମିତ୍ରଙ୍କଠାରୁ ସାହାଯ୍ୟ ଆଶା କରିବା ବୃଥା ହୋଇପାରେ। ଲାଭବାନ୍ ହେବେ।
କର୍କଟ : ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନପ୍ରାପ୍ତ ହେବେ।
ସିଂହ : ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଶ୍ରମ ସାର୍ଥକ ହେବ।
କନ୍ୟା : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ବାହୁରେ ପୀଡ଼ା ଉପୁଜିପାରେ। ବହୁ ବିଦ୍ୟା ପାରଙ୍ଗମ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
ତୁଳା : ଚିନ୍ତା ଦୂର ହେବ। ଭ୍ରମଣ ସୁଖ ମିଳିପାରେ। ସେବା-ପୂଜାରେ ନିୟୋଜିତ ହେବେ। ଉପୁଜିଥିବା ସମସ୍ୟା ଦୂର କରିବାକୁ ଉଦ୍ୟମ ଜାରି ରଖିବେ। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ।
ବିଛା : ସେବା ମନୋଭାବର ହୋଇପାରନ୍ତି। ରାଜପୂଜା ମିଳିପାରେ। ଯାନବାହନ ସୁଖ ମିଳିବ। ଗ୍ରାମ ବା ଅଞ୍ଚଳର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ଲୋକଙ୍କ ହର୍ତ୍ତା, କର୍ତ୍ତା ହେବେ।
ଧନୁ : କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରିବାରେ ଆତ୍ମତୃପ୍ତି ମିଳିବ।
ମକର : ସନ୍ତାନ-ସନ୍ତତି ଲାଭର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି। ପରାକ୍ରମୀ ହେବେ। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ।
କୁମ୍ଭ : ସୁଜନ ସ୍ବଭାବର ହେବେ। ଦ୍ବିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି। ସ୍ବ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି। ଦାୟିତ୍ବବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି।
ମୀନ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତ୍କର୍ମା ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..