ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଆଜି ଭାତର ଫେରିଛନ୍ତି ଭାରତୀୟ କ୍ରୀଡାବିତ | ଭାରତର ସ୍ଥିତି ମଜଭୁତ କରିଛନ୍ତି ଭାରତୀୟ ଆଥଲେଟ। ଅଲିମ୍ପିକ୍ସରେ ଭାରତ ୧ ସ୍ୱର୍ଣ୍ଣ ସହ ୭ ପଦକ ହାସଲ କରିବା ସହିତ ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇଛି । ଦିଲ୍ଲୀ ବିମାନବନ୍ଦରରେ ୟେ ମେରା ଇଣ୍ଡିଆ ଗୀତ ବଜାଇ ଅଲିମ୍ପିକ୍ସ ହିରୋଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ପ୍ରଶଂସକମାନେ ଖେଳାଳିମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିଥିବା ମିଳିଥିଲା । ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରୌପ୍ୟ ପଦକ ହସଲାକରିଥିବା ରବି କୁମାର ଦହିୟା, ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ, ଲଭଲୀନା ଏବଂ ପୁରୁଷ ହକି ଦଳ ମଧ୍ୟ ଆସିଛନ୍ତି।ଭାରତୀୟ ମହିଳା ହକି ଟିମ ମଧ୍ୟ ସ୍ୱଦେଶରେ ପହଂଚିଥିଲେ | ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଅଶୋକ ହୋଟେଲରେ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା | ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଉତ୍ସବରେ ଖେଳାଳି ମାନେ ନିଜର ଏକ୍ସପ୍ରେନ୍ସ ସେୟାର କରିଛନ୍ତି | ଏହି କାର୍ଯ୍ୟ କ୍ରମରେ ପୂର୍ବତନ ଅଲିମ୍ପିକ ଖେଳାଳି କ୍ରୀଡା ମନ୍ତ୍ରୀ ଅନୁରାଗଠାକୁର ଓ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସରେ ଖେଳାଳିଙ୍କ ସହ ଯୋଗାଯୋଗ କରିଥିଲେ ।ଭାରତ ସରକାରଙ୍କ ଅଧିକାରୀମାନେ ଯୋଗ ଦେଇଥିଲେ ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..