ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ରଚିଛି । ଶେଷ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି | ଶନିବାର ପାରା ବ୍ୟାଡିମିଣ୍ଟନରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ ହରାଇଛନ୍ତି । କୃଷ୍ଣା ନାଗର ୨୧-୧୭, ୧୬-୨୧ ଓ ୨୧-୧୭ ସେଟରେ ବିଜୟୀ ହୋଇଛନ୍ତି । ଫାଇନାଲ୍ ମୁକାବିଲାରେ କାଣ୍ଟେ କା ଟକ୍କର ହୋଇଥିଲା । ହଂକଂ ପ୍ରତିନ୍ଦ୍ୱନ୍ଦୀଙ୍କ ସହ କୃଷ୍ଣା ନଗରଙ୍କ କଡ଼ା ମୁକାବିଲା ହୋଇଥିଲା । ସଫଳତା ପରେ କୃଷ୍ଣାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାକୁ ମିଶାଇ ଏଯାଏ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ୍ ୧୯ଟି ମେଡାଲ୍ ଜିତିଛି । ଏଥିରେ ଅଛି ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ମେଡାଲ୍ ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..