Report Card Odisha

| Daily Odia News

ମଧ୍ୟରାତ୍ରିରୁ ବଢ଼ିବ ଟୋଲ୍ ଟ୍ୟାକ୍ସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନର ୨୦୨୪ର ଭୋଟ୍ ଶେଷ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଝଟ୍‌କା ମିଳିଛି। ରବିବାର ରାତି ୧୨ଟା ଠାରୁ ଦେଶରେ ଯାତ୍ରା ମହଙ୍ଗା ହେବ ଅର୍ଥାତ୍ ଆସନ୍ତାକାଲି, ଜୁନ୍ ୩ ତାରିଖରୁ ଲୋକଙ୍କୁ ଅଧିକ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ। ଦେଶରେ ଟୋଲ୍ ହାର ଅତି କମରେ ୫ ଏବଂ ସର୍ବାଧିକ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ହାଲୁକା ଯାନ ଉପରେ ଅତିରିକ୍ତ ୫ ଟଙ୍କା ଏବଂ ବ୍ୟବସାୟିକ ଯାନ ଉପରେ ୫ ରୁ ୨୦ ଟଙ୍କା ଅତିରିକ୍ତ ଟୋଲ୍ ରହିବ। ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଶନିବାର ଦିନ ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହେବାକୁ ଥିବା ଟୋଲ୍ ତାଲିକା ପ୍ରକାଶ କରିଛି। ଜିୱାନା ଟୋଲ୍ ଇନଚାର୍ଜ ମୁକେଶ ଚୌହାନ କହିଛନ୍ତି ଯେ ନୂତନ ତାଲିକାରେ ହାଲୁକା ଯାନ ଉପରେ ଶୁଳ୍କ ୫ ଟଙ୍କା ବୃଦ୍ଧି ହୋଇଥିବାବେଳେ ବାଣିଜ୍ୟିକ ଏବଂ ଭାରୀ ଯାନ ଉପରେ ଶୁଳ୍କ ୫ ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅଧିକ ଓଜନ ହେଲେ ଦଶଗୁଣା ଟ୍ୟାକ୍ସ ଆଦାୟ ହେବ ।

Breaking News