Report Card Odisha

| Daily Odia News

ତ୍ୱଚା ପାଇଁ ଟମାଟୋ ଉପକାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆମେ ଅନେକ ସମୟରେ ମାର୍କେଟରେ ବିକ୍ରି ହେଉଥିବା କ୍ରିମ ବ୍ୟବହାର କରିଥାଉ | ଯାହାକି ଆମ ତ୍ୱଚା ଉପରେ ପ୍ରଭାବ ପକାଇଥାଏ | ତ୍ୱଚା ପାଇଁ ବାଡ଼ିରୁ ଏବଂ ଘରେ ମିଳୁଥିବା ଅନେକ ଜିନିଷ ଲାଭଦାୟକ ହୋଇଥେ | ଟମାଟୋ ସ୍କିନ୍‌ ପାଇଁ ବହୁତ ଉପକାରୀ। ଯେତେବେଳେ ଆପଣ ଭାବୁଛନ୍ତି କି ଆପଣଙ୍କ ତ୍ୱଚା ଟିକେ ସଫା ଦେଖାଯିବ ସେତେବେଳେ ଆପଣ ଟମାଟୋର ସାହାଯ୍ୟ ନେଇପାରିବେ। ଆପଣ ଯଦି ଚାହୁଁଛନ୍ତି ଫେୟାର ତ୍ୱଚା ତେବେ ଟମାଟୋ ଫେସିଆଲ୍‌କୁ ଆପଣାଇପାରିବେ…..

ଷ୍ଟେପ୍‌-୧: କ୍ଲିଜିଂ
ଫେସିଆଲ ପୂର୍ବ ଷ୍ଟେପ୍‌ କ୍ଲିଜିଙ୍ଗ।

ଏଥିପାଇଁ ଟମାଟୋ ରସ ଓ କଞ୍ଚାକ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ କଟନ୍‌ ବଲ ସାହାଯ୍ୟରେ ବେକ ଏବଂ ମୁହଁରେ ଲଗାନ୍ତୁ।
ଷ୍ଟେପ୍‌-୨: ସ୍କ୍ରବିଂ
ଫେସିଆଲର ଦ୍ୱିତୀୟ ଷ୍ଟେପ୍‌ ସ୍କ୍ରବିଂ। ଏଥିପାଇଁ ଆପଣ ଅଧା ଟମାଟୋ ନିଅନ୍ତୁ। ଏହି କଟାଯାଇଥିବା ଟମାଟୋ ଫାଳରେ କିଛି ଚିନି ଲଗାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଧୀରେ ଧୀରେ ସ୍କ୍ରବ୍‌ କରି ମସାଜ୍‌ କରନ୍ତୁ। ଏହି ଷ୍ଟେପ୍‌କୁ ଜୋର୍‌ରେ କରନ୍ତୁ ନାହିଁ, ଚିନିର ଦାନା ଆପଣଙ୍କୁ ଅସୁବିଧାରେ ପକାଇପାରେ।
ଷ୍ଟେପ୍‌-୩: ଷ୍ଟିମିଂ
ଟମାଟୋର ଫେସିଆଲର ତୃତୀୟ ଷ୍ଟେପ୍‌ ଷ୍ଟିମିଂ କରନ୍ତୁ। ଏଥିପାଇଁ ଇଲେକ୍‌ଟ୍ରିକ୍‌ ଫେସିଆଲ ଷ୍ଟିମରକୁ ନିଅନ୍ତୁ, ଏହାକୁ ୫ମିନିଟ୍‌ ପର୍ଯ୍ୟନ୍ତ ଗରମ ହେବାକୁ ଛାଡ଼ିଦିଅନ୍ତୁ। ଏବେ ଆପଣଙ୍କ ମୁହଁକୁ ପାଖାପାଖି ୫ରୁ ୭ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ୍‌ ଦିଅନ୍ତୁ।
ଷ୍ଟେପ୍‌-୪
ଟମାଟୋ ଫେସିଆଲର ଚତୁର୍ଥ ଷ୍ଟେପ୍‌ରେ ଆପଣଙ୍କୁ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ଟମାଟୋ ରସ, ଚନ୍ଦନ ପାଉଡ଼ର ଓ ମହୁ ଆବଶ୍ୟକ ହୋଇଥାଏ। ଏହିସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ। ପୁଣି ଏହାକୁ ଆପଣ ନିଜ ମୁହଁରେ ଏବଂ ବେକରେ ଲଗାନ୍ତୁ। ଏହାକୁ ୧୫ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।

 

Breaking News