Report Card Odisha

| Daily Odia News

ଶସ୍ତା ହେଲା ଟମାଟୋ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଆଜିଠାରୁ କେଜି ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଗତ ୧୬ ତାରିଖ ଠାରୁ କେଜି ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ କେଜି ପ୍ରତି ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇ ପାରିବେ। ୧ ମାସ ହେବ ଦେଶରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା । ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ ଏବଂ ଏନ୍‌ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଦୁଇ ସଂସ୍ଥା ବୁଧବାର ସୁଦ୍ଧା ୩୯୧ ମେଟ୍ରିକ ଟନ ଟମାଟୋ କିଣି ଶସ୍ତା ଦରରେ ଉପଭୋକ୍ତାଙ୍କୁ ଯୋଗାଇ ଦେଇଛନ୍ତି । ଦିଲ୍ଲୀ-ଏନସିଆର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି ।

 

 

Breaking News