Report Card Odisha

| Daily Odia News

ଓଲଟିଲା ଟୁରିଷ୍ଟ୍‌ ବସ୍‌, ୩୦ ଆହତ……

ରିପୋର୍ଟ କାର୍ଡ / ଦାରିଙ୍ଗବାଡ଼ି

ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି | ଆହତଙ୍କୁ ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ କନ୍ଧମାଳ ଓ ଗଞ୍ଜା ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି | ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଗତକାଲି ଏହି ଯାତ୍ରୀମାନେ ବୁଲାବୁଲି ସାରି ଘରକୁ ଫେରୁଥିଲେ। ହେଲେ କଳିଙ୍ଗା ଘାଟିର ଅନ୍ଧରକୋଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଜି. ଉପୟଗିରି, ଭଞ୍ଜନଗର ପୋଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇ ଥିଲେ।।ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାପଡ଼ିଛି।

Breaking News