ରିପୋର୍ଟ କାର୍ଡ / ଗଞ୍ଜାମ
ଭଞ୍ଜନଗର କଳିଙ୍ଗା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଘାଟିରେ ଓଲଟି ପଡିଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ୧୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଉ ୩୦ ଜଣ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଟୁରିଷ୍ଟ ବସଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ବସଟିରେ ୬୦ରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଛି । ଉଭୟ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଏହା ସହ ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..