Report Card Odisha

| Daily Odia News

ସମୁଦ୍ରରେ ବୁଡ଼ି ଗଲେ ପର୍ଯ୍ୟଟକ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ସମୁଦ୍ରରେ ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ଉଦ୍ଧାର କଲେ ଲାଇଫ ଗାର୍ଡ। ସମୁଦ୍ରରେ ସ୍ନାନ କରିବା ସମୟରେ ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ। ସେ ହେଲେ ପ୍ରିୟବ୍ରତ ଦାସ। ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ସେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଛନ୍ତି। ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଘଟିଛି ଏଭଳି ଘଟଣା। ପ୍ରିୟବ୍ରତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପରେ ସେ ସୁସ୍ଥ ଅଛନ୍ତି।

Breaking News