ରିପୋର୍ଟ କାର୍ଡ / ପୁରୀ
ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍। ୧୦୦ କି ୨୦୦ ଟଙ୍କା ନୁହେଁ ହଜାରହଜାର ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ। ଦୁଇରୁ ତିନି ଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ। ସମ୍ପୃକ୍ତ ମହିଳା ସେମାନଙ୍କ ପାଇଁ ମଦ ଆଣି ଦେଇଥିଲେ।ପର୍ଯ୍ୟଟକମାନେ ମଦ ପିଇ ସାରି ବେଳାଭୂମିରେ ଶୋଇପଡିଥିଲେ।ଏହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଓ ଜଣେ ପୁରୁଷ ପର୍ଯ୍ୟଟକମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ ସମ୍ପର୍କରେ ଜାଣି ସମ୍ପୃକ୍ତ ଲୁଟେରା ମହିଳା ଓ ପୁରୁଷଙ୍କୁ ଧରିଥିଲେ। ତାଙ୍କଠାରୁ ଲୁଟ୍ ଟଙ୍କା ଜବତ କରି ପର୍ଯ୍ୟଟକ ମାନଙ୍କୁ ଫେରାଇଥିଲେ। ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ମୁତୟନ ହୋଇଥିବା ଲାଇଫଗାର୍ଡ କେବଳ ଯେ ଗଭୀର ସମୁଦ୍ରରୁ ସେମାନଙ୍କୁ ବଞ୍ଚାଇଥାନ୍ତି ତା ନୁହେଁ ବରଂ ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଟଙ୍କା ଲୁଟେରାଙ୍କଠାରୁ ଜବତ କରି ଫେରାଇଥିବାରୁ ସାଧାରଣରେ ଲାଇଫଗାର୍ଡଙ୍କୁ ବେଶ୍ ପ୍ରଶଂସା କରାଯାଇଛି।






More Stories
ବଦଳିଲା MGNREGA ନାଁ…..
ମରକ୍କୋରେ କୋଠା ଭୁଶୁଡ଼ି ୧୯ ମୃତ…..
ବାରବାଟୀରେ ଭାରତର ବିରାଟ ବିଜୟ……