ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ । ତେଣୁ ଏହି ତିନି ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଥିଲେ । ଲୋକଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ୍ ବି ହେଭିୟର କେମିତି ପାଳନ ହେବ ତାହା ଗୁରୁତ୍ବପୂର୍ଣ୍ଣ । ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି। ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲୁଛି। ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି । ଭୁବନେଶ୍ବର ହେଉଛି ହେଲଥ ହବ୍। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି। ଭୁବନେଶ୍ବର ରାସ୍ତା ଘାଟ ବଜାର ଭିଡ ହେଉଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ଅଧିକ ସଂକ୍ରମଣ ବାହାରୁଛନ୍ତି । ସ୍କ୍ରାପ୍ ଡ଼୍ରାଇପସ୍ ନୂଆ ନୁହେଁ, ପୂର୍ବରୁ ଥିଲା। ତାର ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..