ରିପୋର୍ଟ କାର୍ଡ / ଭୁବନେଶ୍ଵର
ଏଣିକି ସବୁ ବଡ଼ ଗାଡିରେ ଲାଗିବ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ । ଏନେଇ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବ। ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍ ରହିବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍ ବଟନ୍ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍କୁ ଜଣାପଡିଯିବ। ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..