Report Card Odisha

| Daily Odia News

ଆଜିଠାରୁ ଟ୍ରାଫିକ ନିୟମ କଡାକଡି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଆରମ୍ଭ କରି ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରାଫିକ ନିୟମ କଢ଼ାକଡି ହୋଇଛି । ତେବେ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ କେଉଁ ମାନେ ରାସ୍ତାରେ ଗାଡି ଚଳାଇଲାବେଳେ ଫୋନରେ ଗପୁଛନ୍ତି । ଏହାସହିତ ବିନା ହେଲମେଟ ଏବଂ ଦ୍ରୃତ ଗତିରେ ଗାଡି ଚଳାଇଲେ ମଧ୍ୟ କଟିବ ଚାଲଣ । ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ୯ ଠାରୁ ଅପରାହ୍ନ ୨ ଟା ଏହାପରେ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚେକିଙ୍ଗ ହେବ । ତେବେ ପ୍ରଶ୍ନ ଏଠାରେ ଉଠୁଛି ଯେ ଏହା ଦ୍ୱାରା ଦୁର୍ଘଟଣାକୁ କେତେ ଦୂର ରୋକାଯାଇ ପାରିବ। କାରଣ ବର୍ତ୍ତମାନ ସୁଦ୍ଧା ଲୋକମାନେ ଏହାକୁ ସହଜରେ ନେଉଁଛନ୍ତି । ଯାଞ୍ଚ ସମୟ ମଧ୍ୟରେ ଲୋକମାନେ କେବଳ ଚାଲଣ ଭୟରେ ନିୟମ ପାଳନ କରନ୍ତି କିନ୍ତୁ ଏହାକୁ ଛାଡି ଦେଲେ ସେ କେତେ ଦୂର ସଚେତନ ଏହା ବାସ୍ତବିକ ରୂପରେ ଆପଣଙ୍କୁ ଜଣା । ସୂଚନାମୁତାବକ ସନ୍ଧ୍ୟା ପରେ କଣ ସଡକ ଦୂର୍ଘଟଣା ହେବ ନାହିଁ? କେଉଁଠି ନା କେଉଁଠି ଏତେ ନିୟମ ହେବା ପରେ ମଧ୍ୟ ଲୋକମାନେ ଟ୍ରାଫିକ ଅଫିସରଙ୍କୁ ମାତ ଦେବାରେ ସଫଳ ହେଉଛନ୍ତି ।ତେଣୁ ଏହି ନିୟମ ଯଦି ଜନ କଲ୍ୟାଣ ପାଇଁ ଏହାକୁ ନେଇ ଆହୁରୀ କଠୋରତା ଦେଖାଇବାକୁ ପଡିବ । ନଚେତ ଲୋକମାନେ ସୁଧିରିବେ ନାହିଁ । ଆଉ ଦିନକୁ ଦିନ ଏହି ଦୁର୍ଘଟଣା କମିବା କମ ଏହା ବଢ଼ି ଚାଲିବ ।

Breaking News