Report Card Odisha

| Daily Odia News

କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା,ଲେନ୍ସ ଜଗିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଟ୍ରାଫିକ ସମସ୍ୟାକୁ ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦ୍ରୃତଗତିରେ ଗାଡି ଚଳାଇବା ଟ୍ରାଫିକ ନିୟମ ପାଳନ ନକରିବା, ବିନା ହେଲମେଟ ପରିଧାନରେ ଗାଡି ଚଳାଇବା ପାଇଁ ବହୁ ଲୋକଙ୍କର ଚାଲାଣ କଟୁଛି । ତେବେ ଏହି ସବୁ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ଜୀବନ ଯାଉଛି | ସୂଚନାମୁତାବକ ଗତବର୍ଷରେ କେବଳ ରାଜଧାନୀରେ ୬୩୬ ଲୋକଙ୍କର ଦୁର୍ଘଟଣା ଘଟିଛି । ଏହିକାରଣରୁ ପ୍ରାୟ ୧୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ପୋଲିସ ଡବଲ ହେଲମେଟ ପିନ୍ଧିବା ପାଇଁ ବାରମ୍ବାର କହୁଥିବା ବେଳେ ଲୋକ ଏହାକୁ ନେଇ ସଚେତନ ହେଉ ନାହାନ୍ତି । ଟ୍ରାଫିକ ପୋଲିସ ଆଖିରେ ଚକମା ଦେଇ ଅମାନିଆ ମାନେ ଟ୍ରାଫିକ ନିୟମ ଭାଙ୍ଗି ଚାଲିଛନ୍ତି । ତେଣୁ ଏହି ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ଏକ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଯେଉଁଥିରେ ନିୟମ ଉଲଘଂନ କାରୀ ମାନଙ୍କପାଇଁ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏଥି ପାଇଁ ହାଇଦ୍ରାବାଦର ଏକସଂସ୍ଥା ବିଏସ୍ସିଏଲର ଏକ ସଂସ୍ଥାକୁ ସିସିଟିଭିରେ ଏକ ନୂଆ ଆପ ଇନଷ୍ଟଲ କରିବାକୁ ଚିଠି ଲେଖାଯାଇଛି । ଯାହା ଦ୍ୱାରା କଡାକଡି ଭାବେ ଟ୍ରାଫିକ ନିୟମ ଭାଙ୍ଗୁ ଥିବା ବ୍ୟକ୍ତି ମାନଙ୍କୁ ଠାବ କରି ସେମାନଙ୍କ ଚାଲାଣ କଟାଯିବ । ବର୍ତ୍ତମାନ କ୍ୟାମେରା ରେକଡିଂରୁ ନିୟମ ଉଲଙ୍ଘନ କାରୀଙ୍କୁ ଠାବ କରି ସେମାନଙ୍କ ଚାଲାଣ କଟାଯାଇ ତାଙ୍କ ଘରକୁ ଇଚାଲାଣ ପଡାଯାଉଛି । ଯାହା ବହୁ ସମୟ ଲାଗୁଛି , ଆଉ ବେଳେ ବେଳେ କିଛି ଲୋକ ଏଥିରୁ ବର୍ତ୍ତି ମଧ୍ୟ ଯାଉଛନ୍ତିି । ଆପ ଜରିଆରେ ଏହି ଲେନ୍ସ ଲୋକମାନଙ୍କ ଚିହ୍ନଟ କରିବା ସହିତ ତାଙ୍କ ଘରୁକ ଆପେ ଆପେ ଇ-ଚାଲାଣ ପଠାଇବ ।

Breaking News