ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷରେ ଏକ ଟ୍ରେନ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାତ୍ରା କରୁଥିଲା। ପିଲଶିନୋ ଏବଂ ଭିଗୋନିଚି ଷ୍ଟେସନ ମଧ୍ୟରେ ରେଳଧାରଣା ଉପରେ ହଠାତ ଏକ ପୋଲ ଭୁଶୁଡ଼ି ପଡ଼ିବାରୁ ସେହି ରାସ୍ତାରେ ଯାଉଥିବା ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବ୍ରାୟାନ୍ସ୍କ ପ୍ରଦେଶ ଗଭର୍ଣ୍ଣର ଆଲେକଜାଣ୍ଡର ବୋଗୋମାଜ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ୭ ଜଣଙ୍କ ଜୀବନ ହାନି ହୋଇଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..