ରିପୋର୍ଟ କାର୍ଡ / ବରଗଡ
ବାଲେଶ୍ଵର ବାହାନାଗରେ ରେଳ ଦୁର୍ଘଟଣାକୁ ୪ ଦିନ ହୋଇଥିବା ବେଳେ ବରଗଡରେ ଆଜି ଘରୋଇ କମ୍ପାନୀର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ନେଇ ଖବର ମିଳିଛି। ମେଣ୍ଢାପାଲି ନିକଟରେ ନିଜସ୍ୱ ଟ୍ରାକରେ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି। ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇନଥିବା ନେଇ ସୂଚନା ମିଳିଛି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ