ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରେଳ ବିଭାଗରେ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡଙ୍କ ମନମୁଖୀ ହେତୁ ଅଢେଇ ହଜାରରୁ ଅଧିକ ଯାତ୍ରୀ ଅସୁବିଧାରେ ପଡ଼ିଥିଲେ। ସ୍ପେଶାଲ ଟ୍ରେନ ଡ୍ରାଇଭର ଏବଂ ଗାର୍ଡ ହଠାତ୍ ଟ୍ରେନ୍ କୁ ଅଟକାଇ ଘରକୁ ଚାଲିଯାଇଥିଲେ। ଯିବାବେଳେ ସେ କହିଥିଲେ ଯେ ତାଙ୍କର ଡ୍ୟୁଟି ସମୟ ସରିଯାଇଛି ଏବଂ ବର୍ତ୍ତମାନ ସେ ଯାଉଛନ୍ତି । ତାଙ୍କର ଚତୁରତା ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱହୀନ ମନୋଭାବ ଯୋଗୁଁ ଯାତ୍ରୀମାନେ ପ୍ରାୟ ସାଢେ ତିନି ଘଣ୍ଟା ଧରି ଅସୁବିଧାରେ ପଡ଼ିଥିଲେ। ଏହି ସମୟ ମଧ୍ୟରେ କ୍ରୋଧିତ ଯାତ୍ରୀମାନେ ଷ୍ଟେସନରେ ହଙ୍ଗାମା ସୃଷ୍ଟି କରି କରିଥିଲେ। ସୂଚନା ଅନୁଯାୟୀ, ଲକ୍ଷ୍ନୌ ଗୋରଖପୁର ରେଳ ବିଭାଗର ବୁରୱାଲ ରେଳ ଷ୍ଟେସନ ଦେଇ ଯାଉଥିବା ଦୁଇଟି ଏକ୍ସପ୍ରେସ ଟ୍ରେନ ହଠାତ୍ ଅଟକି ଯାଇଥିଲା । ପାଖରେ ଯାଉଥିବା ଟ୍ରେନ୍ ଦେଖି ଯାତ୍ରୀ ଭାବିଲେ ସିଙ୍ଗନାଲ ନ ମିଳିବା କାରଣରୁ ବୋଧେ ଅଟକି ରହିଛି । ଯେତେବେଳେ ଘଣ୍ଟା ଘଣ୍ଟା ଅଟକି ଥିଲା ଯାତ୍ରୀମାନେ ଇଞ୍ଜିନ୍ ପାଖକୁ ଯାଇ ପଚାରିବାରୁ ଡ୍ରାଇଭର ଏବଂ ଗାର୍ଡ ଟ୍ରେନକୁ ଆଗକୁ ନେବାକୁ ମନା କରିଦେଇଥିଲେ। ସେ ଟ୍ରେନରୁ ବାହାରି କହିଥିଲେ ଯେ ତାଙ୍କର ଡ୍ୟୁଟି ସମୟର ୧୨ ଘଣ୍ଟା ବିତିଗଲାଣି। ସେ ଗାଡି ଚାଲୁ କରି ପାରିବେ ନାହିଁ । ଏହା ସହ ସେ କହିଥିଲେ କି ତାଙ୍କ ସ୍ଵାସ୍ଥ୍ୟ ମଧ୍ୟ ଠିକ୍ ନାହିଁ । ଏହା ପରେ ହଙ୍ଗାମା ଏବଂ ଆନ୍ଦୋଳନ ଆରମ୍ଭ କରିଥିଲେ । ଅଧିକ୍ଷକ ଏହାର ସୂଚନା କଣ୍ଟ୍ରୋଲ ରୁମ୍କୁ ସୂଚନା ଦେଇଥିଲେ। ପରେ ଅବ୍ୟବସ୍ଥା ଯୋଗୁଁ ଦ୍ଵିତୀୟ ଗାର୍ଡ ଏବଂ ଡ୍ରାଇଭର ପଠାଯାଇଥିଲା ।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..