Report Card Odisha

| Daily Odia News

ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରେନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରେନ୍। ଚାଲିଗଲଶ ୩ଛାତ୍ରଙ୍କ ଜୀବନ। ତାମିଲନାଡୁର କୁଡ୍ଡାଲୋର ସହରରେ ଭିଲୁପୁରମ ମାଇଲାଦୁଥୁରାଇ ଏକ୍ସପ୍ରେସ ଟ୍ରେନ, ରେଳ ଧାରଣା ପାର୍ ହେଉଥିବା ଏକ ସ୍କୁଲ ବସ୍ ଧକ୍କା ଦେବାରୁ ଅତି କମରେ ତିନି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଛାତ୍ର ଏବଂ ବସ୍ ଡ୍ରାଇଭର ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କୁଡ୍ଡାଲୋର ସରକାରୀ ହସ୍ପିଟାଲକୁ ନିଆଯାଇଛି। ଆହତଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଦୁର୍ଘଟଣା କିଭଳି ଘଟିଲା ସେନେଇ ବର୍ତ୍ତମାନ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାର କାରଣ ହେଉଛି ଅବହେଳା। କୁଡାଲୋରରେ ଟ୍ରେନ ପହଞ୍ଚିବା ସମୟରେ ରେଳ ଫାଟକ ବନ୍ଦ ହୋଇନଥିଲା। ବସ୍ ଚାଳକ ଟ୍ରେନ୍ ଆସୁଥିବା ନେଇ ଜାଣି ନପାରି ଫାଟକ ଖୋଲାଥିବାରୁ ଗାଡ଼ି ଆଗକୁ ବଢ଼ାଇଥିଲେ। ଟ୍ରାକ୍‌ ଉପରେ ପହଞ୍ଚିବା ପରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍, ବସ୍‌କୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଭାରତୀୟ ରେଳବାଇ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛି।

Breaking News