ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ। ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ନେବେ ପ୍ରଶିକ୍ଷଣ। ନବ-ନିର୍ବାଚିତ ୧୮ ବିଜେଡି ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମାନେ ବି ତାଲିମ୍ ନେବେ।।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବିଜେପିର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ୍ କରିଥିଲା ବିଜେଡି। ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନଥିଲା।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……