ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯେତେବେଳେ ପହଲଗାମ୍ ଆକ୍ରମଣର ବଦଲା ନେବାକୁ ଭାରତର ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରାଗଲା ଆଉ ପାକିସ୍ତାନକୁ ପାନେ ଦେବାକୁ ପାକର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଗଲା । ଆଉ ପାକିସ୍ତାନ ପଟୁ ହେଉଥିବା ଆକ୍ରମଣକୁ ପଣ୍ଡ କରି ଯେତେବେଳେ ନାଗରିକଙ୍କ ସୁରକ୍ଷା ପାଇଁ ବ୍ଲାକ ଆଉଟ୍ ଭଳି ପନ୍ଥା ଆପଣା ଯାଉଥିଲା ଠିକ୍ ସେତେବେଳେ ଦେଶଦ୍ରୋହୀ ଜ୍ୟୋତି ମଲହୋତ୍ରା ପାକିସ୍ତାନ ସହ ସମ୍ପର୍କରେ ଥିଲେ… ଆଉ ଶତ୍ରୁ ଦେଶକୁ ଭାରତରେ ଘଟୁଥିବା ଘଟଣାର ଅପଡେଟ୍ ଦେଉଥିଲେ…
କେତେବେଳେ ସାଇରନ ବାଜିଲା, କେତେବେଳେ କେଉଁଠି ବ୍ଲାକ ଆଉଟ୍ ହେଲା ସବୁ ତଥ୍ୟ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କୁ ଦେଉଥିଲେ ଜ୍ୟୋତି । ସୀମାବର୍ତ୍ତୀ ଅଞ୍ଚଳରେ ସାଇରନ୍ ବାଜିବା ଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ହରକତ୍ ଧରାପଡ଼ୁଛି ।
ପଦାକୁ ଆସୁଛି ଜ୍ୟୋତି ମଲହୋତ୍ରାଙ୍କ ପାକ୍ ପ୍ରେମର ଫର୍ଦ୍ଦ ଫର୍ଦ୍ଦ କାହାଣୀ…
ଫରେନ୍ସିକ୍ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି । ଜ୍ୟୋତି ବି ମାନିଛନ୍ତି ସେ ଭାରତରେ ଥିବା ପାକ୍ ଦୂତାବାସ କର୍ମଚାରୀଙ୍କ ସହ ଲିଙ୍କରେ ଥିଲେ ବୋଲି । ପାକିସ୍ତାନରୁ ଜ୍ୟୋତିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ନେଇ ଅଭିଯୋଗ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ତଦନ୍ତ କରାଯାଉଛି । ଯାହା ଜ୍ୟୋତିଙ୍କ ଗୁମର ଫିଟାଇବାରେ ସହାୟକ ହୋଇପାରେ ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..