ରିପୋର୍ଟ କାର୍ଡ / ଭୁବନେଶ୍ୱର
୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ ହୋଇଛି। ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇ ଥିବାବେଳେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ରସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍ଙ୍କୁ ପୁରୀ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇ ଥିବା ନେଇ ସୂଚନା ମିଳିଛି ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..