ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର, ୯ଟି ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହେଉଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଶେଷ ହେବ | କଟକର ଡମପଡ଼ା, ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ମତଦାନ ହେବ। ସେହିପରି ଯାଜପୁର ଜିଲ୍ଲାର ଜୋନ୍ ନଂ-୧୫, ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବି ମତଦାନ ହେବ। ଏହାବାଦ୍ ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ବରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡମେମ୍ବର ପଦବି, ୮ଟି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ସଭ୍ୟ ପାଇଁ ଭୋଟ ଗ୍ରହଣ ଜାରିରହିଛି | ଅଗଷ୍ଟ ୧୧ରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ|






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..