Report Card Odisha

| Daily Odia News

ତ୍ରିପୁରାରେ ଭୋଟ ଗ୍ରହଣ ଜାରି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଭୋଟ ଗ୍ରହଣ ହେଉଛି । ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଯାଇଛି | ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଶେଷ ହେବ | ରାଜ୍ୟର ୬୦ଟି ଆସନ ପାଇଁ ଭୋଟ ଦେବେ ୨୮.୧୩ ଲକ୍ଷ ଭୋଟର । ଶୃଙ୍ଖଳିତ ମତଦାନ ନିମନ୍ତେ ୩୩୨୮ଟି ମତଦାନ କେନ୍ଦ୍ର ଖୋଲାଯାଇଥିବା ବେଳେ ୩୧ହଜାର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଏହା ସହିତ ୨୫ହଜାର ସୁରକ୍ଷା କର୍ମୀ ନିଯୁକ୍ତ କରାଯାଇଛି।ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ନିର୍ବାଚନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରୁ ୨୦ଜଣ ମହିଳା ପ୍ରାର୍ଥୀ। ଏଠାରେ ବିଜେପି ୫୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସହଯୋଗୀ ଆଇପିଏଫଟି ୫ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ସିପିଆଇ(ଏମ୍) ୪୭ଟି ଆସନ ଓ ସହଯୋଗୀ କଂଗ୍ରେସ ୧୩ଟି ଆସନରେ ପ୍ରାର୍ଥୀ ଦେଇଛି। ତୃଣମୂଳ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେଇଛି। ଏହା ସହିତ ୫୮ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବାମଦଳର ୨୫ବର୍ଷ କ୍ଷମତାର ଅନ୍ତ ଘଟାଇ ୨୦୧୮ରେ ବିଜେପି ଏଠାରେ କ୍ଷମତା ଦଖଲ କରିଥିଲା। ମାର୍ଚ୍ଚ ୨ରେ ଭୋଟ ଗଣତି ହେବ।

Breaking News