Report Card Odisha

| Daily Odia News

ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌,୧୫ ମୃତ…..

ରିପୋର୍ଟ କାର୍ଡ / କେନ୍ଦୁଝର

ତେଲକୋଇ ଥାନା ବିଞ୍ଜବାହାଳ ବସଷ୍ଟାଣ୍ଡ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୋରୁ ଆହତ ହୋଇଛନ୍ତି। ଏହି ୧୬ ଚକିଆ ଟ୍ରକ୍‌ଟି ଆଜି ଭୋରରେ ପାଲଲହଡ଼ାରୁ କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଗୋରୁମାନଙ୍କୁ ଟ୍ରକ୍‌ରୁ ଉଦ୍ଧାର କରିଥିଲେ। ଟ୍ରକ୍‌ରେ ଗୋରୁମାନଙ୍କୁ ଥାକ ଥାକ କରି ରଖାଯାଇଥିଲା। ଟ୍ରକ୍ ଓଲଟି ପଡ଼ିବାରୁ ୧୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋରୁମାନେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ଟ୍ରକ୍‌ଟି କେଉଁଠାରୁ ଗୋରୁ ଆଣିଥିଲା ଓ କେଉଁଠାକୁ ଯାଉଥିଲା, ତାହା ଜଣାପଡ଼ିନି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

Breaking News