ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୋଇଥିବା ବେଳେ ଟ୍ରକ୍ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା କଡରେ ଥିବା ଡିଭାଇଡର୍ ଉପରେ ଶୋଇଥିଲେ ଲୋକେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ- ବିଳମ୍ୱିତ ରାତି ୧.୫୧ ସମୟରେ ଏହି ଦୁର୍ଘଟଣା ଘଟଣା ଘଟିଛି । ରାଜଧାନୀ ରାଜ ରାସ୍ତାରେ ଅଜଣା ଗାଡି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାପୁରୀରେ ଡିଟିସି ଡିପୋ ରେଡଲାଇଟ୍ ଅତିକ୍ରମ କରୁଥିବାବେଳେ ଏହି ଟ୍ରକ୍ ରାସ୍ତା କଡ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଜଣ ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହିପରି ଏହି ଦୁର୍ଘଟଣାରେ ଆଉ ୨ଜଣ ଗୁରୁତରଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅନ୍ଧକାରର ସୁଯୋଗ ନେଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ ସହିତ ଫେରର ହୋଇଯାଇଥିବା ସୂଚନା ମିଳୁଛି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….