ରିପୋର୍ଟ କାର୍ଡ / ସମ୍ବଲପୁର
୪ଟି ପିକ୍ଅପ୍ ଭ୍ୟାନ୍ ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ୪ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଗତକାଲି ରାତିରେ ୪ଟି ପିକ୍ଅପ୍ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍ ଲୋଡ୍ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତି ହୋଇଯିବାରୁ ରେଢାଖୋଲ ନିକଟରେ ସେମାନେ ଗାଡ଼ି ରଖି ଶୋଇଥିଲେ। ଏହି ସମୟରେ ଏକ ମେଡିସିନ୍ ଟ୍ରକ୍ ଦ୍ରୁତ ଗତିରେ ଆସି ୪ଟି ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେଇଥିଲା। ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୋଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..